‘କୁଲି ନମ୍ବର ୱାନ’ ରିମେକରେ ନଜରକୁ ଆସିବେ ବରୁଣ ଧଓ୍ଵନ
Khabar Odisha:Entertainment-bollywood-odisha-coolie-no-1-remake-varun-dhawan-will-start-working-on-it-in-this-year-june
ଭୁବନେଶ୍ୱର , ଫେବୃଆରୀ ୦୬(ଖବର ଓଡ଼ିଶା)

: ବରୁଣ ଧଓ୍ଵନଙ୍କ ପାଇଁ ୨୦୧୯  ବର୍ଷଟି ବ୍ୟସ୍ତବହୁଳ ରହିଛି। କାରଣ ତାଙ୍କ ପାଖରେ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ରହିଛି । ବର୍ତ୍ତମାନ ସେ ଗୋଟିଏ ପଟେ ନିଜ ସିନେମା ‘ସଟ୍ରିଟ ଡ଼ାନ୍ସର’ ବ୍ୟସ୍ତ ରହିଥିବା ବେଳେ ଅନ୍ୟପଟେ ଶଶାଙ୍କ ଖେତାନଙ୍କ ଥ୍ରୀଲର ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଏବେ ଜାଣିବା ତାଙ୍କର ଆଗାମୀ ସିନେମା ‘କୁଲି ନମ୍ବର ୱାନ’ ବିଷୟରେ ।

ପିତା ଡେଭିଡ ଧାଓ୍ଵନଙ୍କ ସହ ବରୁଣ ଧଓ୍ଵନଙ୍କ ‘କୁଲି ନମ୍ବର ୱାନ’ ତୃତୀୟ କମେଡ଼ି ସିନେମା ହେବାକୁ ଯାଉଛି। ୧୯୯୫ ମସିହାରେ ‘ନମ୍ବର ୱାନ’ ଫ୍ରାଞ୍ଚାଇଜର ଶୁଭାରମ୍ଭ ‘କୁଲି ନମ୍ବର ୱାନ’ରୁ ହିଁ ହୋଇଥିଲା ।

ନିକଟରେ ହିଁ ବରୁଣ ଧାଓ୍ଵନ ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ସିନେମା ‘କଳଙ୍କ୍’ର ସୁଟିଙ୍ଗ ଶେଷ କରିଛନ୍ତି । ଯେଉଁଥିରେ ତାଙ୍କ ଅଭିନୟ କ୍ୟାରିଅରର ସବୁଠାରୁ କଠିନ ରୋଲ ରହିଛି ବୋଲି ସୂଚନା ମିଳିଛି । ଏହା ପରେ ସେ ରେମୋ ଡ଼ିସୈାଜାଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର’ରେ ଅଭିନୟ କରିବାକୁ ଥିବା ବେଳେ ତାଙ୍କ ସହ ଶ୍ରଦ୍ଧା କପୁର ମଧ୍ୟ ନଜରକୁ ଆସିବେ । ବରୁଣ ଧଓ୍ଵନନ ‘ନମ୍ବର ୱାନ’ ଫ୍ରାଞ୍ଚାଇଜରେ ସହ ଜୁନ ମାସରୁ ଫିଲ୍ମର ସୁଟିଂ ପାଇଁ ବ୍ୟସ୍ତ ରହିବ । ଏହା ପୂର୍ବରୁ ସେ ଏପ୍ରିଲରେ ରିଲିଜ ହେବାକୁ ଥିବା ‘କଳଙ୍କ୍’ରେ ବ୍ୟସ୍ତ ରହିବେ ।

Subscribe

National International State Sports Entertainment