ଭାଲେନଟାଇନସ୍ ଡ଼େରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଗଲି ବୟ’
Khabar Odisha:Entertainment-bollywood-odisha-Gully-boy-movie-release-in-14th-february
ମୁମ୍ବାଇ, ଫେବୃଆରୀ ୧୧(ଖବର ଓଡ଼ିଶା):

ରଣବୀର ସିଂଙ୍କ ଅପକମିଂ ଫିଲ୍ମ ‘ଗଲି ବୟ’ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । ସିନେମାର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି। ରଣବୀରଙ୍କ ସହ ଏହି ସିନେମାରେ ଆଲିଆ ଭଟ୍ଟ ଓ କଲ୍କୀ କେକଲା ମୁଖ୍ୟ ଭୁମିକାରେ ନଜରକୁ ଆସିବେ । ଏହି ଫିଲ୍ମ ଫେବୃଆରୀ ୧୪ ଅଥବା ଭାଲେନଟାଇନ ଡ଼େରେ ରିଲିଜ ହେବ ।

ରଣବୀର ସବୁବେଳେ ଏକ ଅଲଗା ଆନ୍ଦାଜରେ ନଜରକୁ ଆସନ୍ତି । ଏହି ଫିଲ୍ମଟିରେ ମଧ୍ୟ ସେ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବେ । ଏହାକୁ ଆଲିଆ ଭଟ୍ଟ କପ୍ଲିମେଣ୍ଟ ଦେଉଥିବା ନଜରକୁ ଆସିବ । ଏହି ସିନେମାଟି ରିଲିଜ ହେବାକୁ କେବଳ ତିନି ଦିନ ବାକି ରହିଛି । ଏହି ଫିଲ୍ମ ଫେବୃଆରୀ ୧୪ରେ ରିଲିଜ ହେବାକୁ ଯାଉଛି  । ଏହା ମଧ୍ୟରେ ଆଲିଆ ଭଟ୍ଟ ଓ ରଣବୀର ସିଂ ଏହି ସିନେମା ପ୍ରୋମସୋନରେ ବ୍ୟସ୍ତ ରହୁଥିବା ଜଣାପଡ଼ିଛି ।

ଫରହାନ ଅଖତର ଓ ରିତେଶ ସିଦ୍ଧବାନୀଙ୍କ ଏହି ପ୍ରଡ଼କ୍ସନ କମ୍ପାନୀ ଏକ୍ସେଲ ଇଣ୍ଟରନେଟର ବ୍ୟାନରରେ ନିର୍ମିତ ଏହି ସିନେମା ମୁମ୍ବାଇର ଦୁଇ ଯୁବକଙ୍କ କାହାଣୀ ଉପରେ  ଆଧାରିତ ହୋଇଛି । ଏହି ସିନେମାରେ ଆଲିଆ ଭଟ୍ଟ ଓ କଲ୍କୀ କେକଲା ମୁଖ୍ୟ ଭୁମିକାରେ ନଜରକୁ ଆସିବେ । ସିନେମାରେ ପ୍ରଥମ ଥର ପାଇଁ ରଣବୀର ଓ ଆଲିଆଙ୍କ ଯୋଡ଼ି ଦେଖିବାକୁ ମିଳିବ । ୨୦୧୯ ମସିହାର ପ୍ରଥମ ସିନେମା ହେଉଛି ଗଲି ବୟ । ତାଙ୍କ ସିନେମା  ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ।

Subscribe

National International State Sports Entertainment