ରାହୁଲ ଗାନ୍ଧୀଙ୍କର ବି ହେବ ବାୟୋପିକ : ନାମ ରହିବ ‘ମାଇ ନେମ ଇଜ ରାଗା’
Khabar Odisha:Entertainment-Biopic-on-rahul-gandhi-to-be-titled-my-name-is-raga
ଭୁବନେଶ୍ୱର, ଫେବୃଆରୀ ୦୯(ଖବର ଓଡ଼ିଶା):

 ସାଧାରଣ ନିର୍ବାଚନ ପାଖେଇ ଆସୁଛି ଏବଂ ସିଲଭର ସ୍କ୍ରିନରେ ପଲିଟିକାଲ ଡ୍ରାମା ଫିଲ୍ମ ଆସିବାରେ ଲାଗୁଛି । ଗତ ମାସ ଜାନୁଆରୀରେ ସଞ୍ଜୟ ବାରୁଙ୍କ ପୁସ୍ତକ ଉପରେ ଆଧାରିତ ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମିନିଷ୍ଟର’ ରିଲିଜ ହୋଇଥିଲା । ଏହା ପରେ ଖବର ମିଳିଛି ଯେ ପିଏମ ନରେନ୍ଦ୍ର ମୋଦୀଙ୍କ ମଧ୍ୟ ବାୟୋପିକ ଫିଲ୍ମ ପ୍ରସ୍ତୁତ ହେଉଛି । ଏଥିରେ  ବିବେକ୍ ଅବରୟ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜରକୁ ଆସିବେ । ଏବେ ଖବର ରହିଛି ଯେ ରାହୁଲ ଗାନ୍ଧୀଙ୍କ ଜୀବନୀ ଉପରେ ବି  ବାୟୋପିକ ହେବାକୁ ଯାଉଛି। କୁହାଯାଉଛି ଯେ ଏହି ଫିଲ୍ମର ନାମ ରହିବ ‘ମାଇ ନେମ ଇଜ୍ ରାଗା’ ।

ସୂଚନା ମୁତାବକ ଏହି ସିନେମାର ସୁଟିଙ୍ଗ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଫିଲ୍ମଟିର ଆରମ୍ଭ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାଠୁ ଆରମ୍ଭ ହେଉଛି ଏବଂ ଆସୁଥିବା ନିର୍ବାଚନ ପୂର୍ବରୁ  ଏହି ସିନେମା ଶେଷ ହୋଇ ଯାଉଛି। ସାମ୍ବାଦିକରୁ ନିର୍ଦ୍ଦେଶକ ସାଜିଥିବା ରୂପେଶ ପାଲ ଏହି ସିନେମାର ସ୍କ୍ରିପ୍ଟ ଲେଖିଛନ୍ତି । ଏହି ଫିଲ୍ମରେ ରାହୁଲଙ୍କ ପିଲାଦିନରୁ ଆରମ୍ଭ କରି ତାଙ୍କ ପଲିଟିକାଲ ବିବାଦ ଯାଏଁ କାହାଣୀ ରହିଛି ।  ଏହି  ଫିଲ୍ମରେ ରାହୁଲଙ୍କ ଜୀବନର ମହତ୍ଵପୂର୍ଣ୍ଣ ଘଟଣା ଯେମିତି ଛାତ୍ର ଭାବେ ୟୁଏସରେ ତାଙ୍କ ଜୀବନ କେମିତି ରହିଥିଲା ଏବଂ ସେ କଂଗ୍ରେସ ଅଧ୍ୟକ୍ଷ ହେବା ପର୍ଯ୍ୟନ୍ତ ଘଟଣା ଦର୍ଶାଯାଇଛି।  

ରୂପେଶ କହିଛନ୍ତି ଯେ ତାଙ୍କର କୌଣସି ପଲିଟିକାଳ ଲିଡ଼ରଙ୍କ ସହ କୌଣସି ସମ୍ପର୍କ ନାହିଁ । ତାଙ୍କ ସିନେମା ସତ୍ୟ ଘଟଣା ଉପରେ ଆଧାରିତ । ଏହି ସିନେମାରେ ଅଶ୍ୱିନୀ କୁମାର ରାହୁଲଙ୍କ ଭୂମିକାରେ ଅଭିନୟ କରିଛନ୍ତି ଓ ହେମନ୍ତ କପାଡ଼ିଆ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ନଜରକୁ ଆସିବେ । ଏହି ସିନେମାରେ ବଡ଼ କ୍ୟାରେକ୍ଟର ପାଇଁ ବଡ଼ ବଡ଼ ଲୋକଙ୍କୁ ଅଭିନୟରେ ନେବାକୁ ଚାହୁଁଥିବା ବେଳେ ରାଜନୈତିକ ପରିସ୍ଥିତିକୁ ଦେଖି କେହି ଏହି ଫିଲ୍ମରେ ଅଭିନୟ କରିବାକୁ ଚାହୁଁ ନାହାଁନ୍ତି। ସେନ୍ସର ସମସ୍ୟା ଉପରେ ସେ କହିଛନ୍ତି ଯେ, ମୋତେ ଲାଗୁ ନାହିଁ ଯେ ଏହାକୁ ନେଇ କୌଣସି ପ୍ରସଙ୍ଗ ହେବ ନାହିଁ, କାହିଁକି ନା ଏହି ଫିଲ୍ମର ଉଦ୍ଦେଶ୍ୟ କାହାରି ଛବିକୁ ଖରାପ କରିବା ଉପରେ ଆଧାରିତ ନୁହେଁ।  

Subscribe

National International State Sports Entertainment