ପୁଣି ବିଗିଡିଲା ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା
Khabar Odisha:Dilip-Kumar-Been-Admitted-In-Hospital-After-One-Month-Later
ନୂଆଦିଲ୍ଲୀ, ଅକ୍ଟୋବର ୮, (ଖବର ଓଡିଶା)

 ବଲିଉଡର ଦିଗଜ ଅଭିନେତା ଦୀଲ୍ଲିପ କୁମାର ପୁଣି ଥରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ସୂଚନାଯୋଗ୍ୟ କି, ନିମୋନିଆ କାରଣରୁ ତାଙ୍କୁ ରବିବାର ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହି ଘଟଣାର ସୂଚନା ଦିଲ୍ଲୀପ କୁମାରଙ୍କ ଅଫିସିଆଲ ଟ୍ୱିଟର ଆକାଉଂଟରୁ ଦ୍ୱାରା ମିଳିଥିଲା । ସୁଚନାଯୋଗ୍ୟ କି, ସେପ୍ଟେମ୍ବର ରେ ମଧ୍ୟ ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଦ୍ୱାରା ତାଙ୍କୁ ମୁମ୍ବାଇସ୍ଥିତ ଲିଲାବତୀ ହସ୍ପିଟାଲରେ ଭର୍ତିକରାଯାଇଥିଲା । 

ସେପ୍ଟେମ୍ବରରେ ଦିଲ୍ଲୀପ କୁମାରଙ୍କ ଛାତିରେ ଯନ୍ତ୍ରଣା ଓ ଇମ୍ଫେକସନ  ଯୋଗୁଁ ତାଙ୍କ ପତ୍ନୀ ତଥା ସାଇରାବାନୁ ଲଗାତାର ଟ୍ୱିଟ ମାଧ୍ୟମରେ ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଲଗାତାରଭାବେ ସୂଚନା ଦେଉଥିଲେ । ସେତବେଳେ ମଧ୍ୟ ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟରେ ଧିରେ ଧିରେ ସୁଧାର ଆସୁଥିଲା । ଏହା ସହିତ ତାଙ୍କୁ ତିନି ଦିନ ପର୍ଯ୍ୟନ୍ତ ଆଇସିୟୁରେ ରହିବାକୁ ପଡିଥିଲା । ଗୋଟିଏ ମାସ ପରେ ପୁଣି ସେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । 

ଗତ ସେପ୍ଟେମ୍ବରରେ ୯୫ ବର୍ଷୀୟ ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେହି ସମୟରେ ସେ ଯାହା ଖାଉଥିଲେ ତାହା ସିଧା ତାଙ୍କ ଫୁସଫୁସରେ ଜମା ହେଉଥିଲା । ଦିଲ୍ଲୀପ କୁମାରଙ୍କ  ସ୍ୱାସ୍ଥ୍ୟବସ୍ଥା ଆଉ ଥରେ ପୁଣି ବିଗିଡି ଯାଇଛି । ଏହି ସମୟ ତାଙ୍କ ପାଇଁ ଖୁବ କଷ୍ଟଦାୟକ ରହିଛି । ଏହା ତାଙ୍କ ଫ୍ୟାନମାନଙ୍କ ପାଇଁ ବଡ ଦୁଃଖଦ ଖବର । ତାଙ୍କର ଫ୍ୟାନମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।                                                                                                                                                                                                                                                                                                                                                                                                                                                        

Subscribe

National International State Sports Entertainment