ଦୀପିକା, ରଣବୀରଙ୍କ ହଳଦୀ ରସମ ଆରମ୍ଭ,ଖୁସିରେ କଲେ ଭାଙ୍ଗଡା
Khabar Odisha:Deepika-Padukone-And-Ranveer-Singh-Haldi-Ceremony-Start
ମୁମ୍ବାଇ, ନଭେମ୍ବର ୪, (ଖବର ଓଡିଶା)

 ବଲିଉଡରେ ହେବାକୁ ଯାଉଛି ସବୁଠାରୁ ବଡ ବିବାହ । ଏହି ବିବାହର ସମସ୍ତ ନିୟମ ଆରମ୍ଭ ହୋଇସାରିଲାଣି । ବଲିଉଡର ସବୁଠାରୁ ପପୁଲାର କପଲ ରଣବୀର ଓ ଦୀପିକା ନଭେମ୍ବର ୧୪/୧୫ ରେ ଇଟାଲିରେ ବିବାହ କରିବାକୁ ଯାଉଛନ୍ତି । କିଛିଦିନ ପୂର୍ବରୁ ଦୀପିକାଙ୍କ ବେଙ୍ଗାଲୁରସ୍ଥିତ ବାସ ଭବନରେ  ପୂଜା ରଖାଯାଇଥିଲା । ଏହା ସହିତ ବିବାହର ସବୁ ରସମ ଆରମ୍ଭ ହୋଇଗଲାଣି । 

ବର୍ତମାନ ଦୀପିକା ଓ ରଣବୀରଙ୍କ ହଳଦୀ ରସମ ଆରମ୍ଭ ହୋଇଛି । ରଣବାରଙ୍କ ଘରୁ ହଳଦୀ ରସମର କିଛି ଫଟୋ ଦେଖିବାକୁ ମିଳିଛି । ଏହି ଫଟୋରେ ରଣବୀରଙ୍କ ଘରକୁ ଫୁଲରେ ସଜାଯାଇଥିବାର ଦେଖିବାକୁ ମିଳିଛି । ରଣବୀରଙ୍କୁ ଏକ  ଧଳା ରଙ୍ଗର କୁର୍ତା ସହିତ ତିଳକ ଲଗାଇଥିବାର ଦେଖିବାକୁ ମିଳିଛି । ରଣବୀର ନିଜ ବିବାହକୁ ନେଇ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି ।

ଏହି ଫଟୋରେ ରଣବୀରଙ୍କ ମୁହଁରେ ଓ ହାତରେ ହଳଦୀ ଲଗାଇ ଭାଙ୍ଗଡା କରୁଥିବାର ଦେଖିବାକୁ ମିଳିଛି । ନିକଟରେ ଶୁଣିବାକୁ ମିଳିଛି କି, ଦୀପିକା ନିଜର ମଙ୍ଗଳସୂତ୍ର କିଣିଛନ୍ତି । ଏହି ମଙ୍ଗଳ ସୂତ୍ର ହୀରାରେ ତିଆରି ହୋଇଛି । ମଙ୍ଗଳସୂତ୍ର ବ୍ୟତିତ ସେ ହୀରା ହାର ମଧ୍ୟ କିଣିଛନ୍ତି । ଦୀପିକା ନିଜ ଅଳଙ୍କାର ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । 

Subscribe

National International State Sports Entertainment