ଲଭ ଯାତ୍ରିକୁ ଟକ୍କର ଦେଇ ପାରିଲାନି ସୁଇ ଧାଗା, ଆଠ ଦିନରେ ବକ୍ସ ଅଫିସ କଲେକ୍ସନ ଅତି ସାଧାରଣ
Khabar Odisha:Anushka-Shrama-Varun-Dhawan-Sui-Dhaaga-Film-Box-Office-Collection-Day-8
ମୁମ୍ବାଇ, ଅକ୍ଟୋବର ୬, (ଖବର ଓଡିଶା)

 ବଲିଉଡ ଅଭିନେତା ବରୁଣ ଧୱନ ଓ ଅନୁଷ୍କା ଶର୍ମା ଷ୍ଟାର ଅଭିନିତ ସିନେମା ‘ସୁଇ ଧାଗା- ମେଡ ଇନ ଇଣ୍ଡିଆ’ ଦିର୍ଘ ୮ଦିନ ହେଲା ରିଲିଜ ହୋଇ ସାରିଛି । ଓପନିଂରେ ଏହି ସିନେମା ବହୁତ ଭଲ କଲେକ୍ସନ କରିଥିବା ସତ୍ୱେ ଏହି ସିନେମାଟି ୮ ଦିନରେ ୬୪ କୋଟି ବ୍ୟବସାୟ କରିଛି । ଏହି ସପ୍ତାହରେ ଦୁଇଟି ବଡ ସିନେମା ରିଲିଜ ହୋଇଛି । ପ୍ରଥମଟି ସଲମାନ ଖାନଙ୍କ ଭିଣୋଇଙ୍କ ‘ଲଭ ଯାତ୍ରି’ ଓ ଦ୍ୱୀତିୟଟି ଆୟୁଷ୍ମାନ ଖୁରାନାଙ୍କ ‘ଅନ୍ଧାଧୂନ’ ଏହି ଦୁଇଟି ସିନେମାର ପ୍ରଭାବ ସୁଇ ଧାଗା ଉପରେ ପଡିଥିବାର ଦେଖିବାକୁ ମିଳିଛି । 

ବ୍ୟବସାୟରେ ‘ସୁଇ ଧାଗା’ ଓପନିଂ ଦିନରେ ୮ କୋଟି, ଶନିବାର ୧୧.୫୦ କୋଟି, ରବିବାର ୧୬ କୋଟି ସୋମବାର ୭ କୋଟି, ମଙ୍ଗଳବାର ୧୧.୫୦ କୋଟି, ବୁଧବାର ୩.୮୦ କୋଟି, ଓ ଗୁରୁବାର ୩.୩୫ କୋଟି ଓ  ଶନିବାର ଦିନ ସବୁଠାରୁ କମ ୧.୭୫ କୋଟି ସହିତ ମୋଟାମୋଟି ଭାବେ ୬୪ କୋଟି. ୨୫ ଲକ୍ଷର ବ୍ୟବସାୟ କରିଛି । 

ସୁଇ ଧାଗାର ବଜେଟ ପାଖା ପାଖି ୪୦ କୋଟି ବୋଲି କୁହାଯାଇଛି । ଯଦି ସିନେମାର ବଜେଟ ସହିତ ଆୟ ଦେଖାଯାଏ ତେବେ ଏହି ସିନେମାକୁ ହିଟ କୁହାଯିବ । ଯଦି ସବୁ ସିନେମାର ସାପ୍ତାହିତ କଲେକ୍ସନ ଦେଖାଯାଏ ତେବେ । ଏହି ସିନେମା ୧୦୦ କୋଟି ମଧ୍ୟ ଟପି ପାରିଲା ନାହିଁ । ବରୁଣ ଧୱନ ଓ ଅନୁଷ୍କା ଶର୍ମା ନିଜ ଇମେଜ ଠାରୁ ହଟି ଏକ ଅଲଗା ପ୍ରକାର ସିନେମାରେ ଅଭିନୟ କରିଥିଲେ । ତାଙ୍କ ଲୁକ୍ ଓ ଆକ୍ଟିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । 

ସୁଇ ଧାଗା ସିନେମା ସାମାଜିକ ବିଷୟ ଉପରେ ଆଧାରିତ  ସିନେମା ଅଟେ । ଏହି ସିନେମାରେ ମମତା ଓ ମୋଜିର ଭୁମିକାରେ ଅଭିନୟ କରିଛନ୍ତି ବରୁଣ ଓ ଅନୁଷ୍କା । ସୁଇ ଧାଗା ଦେଶ ଓ ଦେଶ ବାହାର ୩୨୦୦ ସ୍କ୍ରିନରେ ରିଲିଜ କରାଯାଇଛି । ସେଥିରୁ ୨୫୦୦ ଭାରତରେ ହି  ରହିଛି । ବରୁଣଙ୍କ ଏହି ବର୍ଷର ଏହା ଦ୍ୱିତୀୟ ସିନେମା ଅଟେ ।

Subscribe

National International State Sports Entertainment