‘ଅନ୍ଧାଧୂନ’ର ଟାଇଟଲ ଟ୍ରାକ ରିଲିଜ
Khabar Odisha:AndhaDhun-Starrer-Ayushmann-Khurrana-Title-Track-Released
ମୁମ୍ବାଇ, .ସେପ୍ଟେମ୍ବର ୮, (ଖବର ଓଡିଶା)

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ନିଜର ଅପକମିଙ୍ଗ ଫିଲ୍ମ ‘ଅନ୍ଧାଧୂନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛିଦିନ ତଳେ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ ପ୍ରସଂଶା କରିଛନ୍ତି । ଏହି ସିନେମାରେ ଆୟୁଷ୍ମାନଙ୍କ ବ୍ୟତିତ ରାଧିକା ଆପ୍ଟେ ଓ ତବବୁଙ୍କ ଭଳି ମହାନ ଅଭିନେତ୍ରୀ ମଧ୍ୟ ମୁଖ୍ୟ ଭୁମିକାରେ ଅଭିନୟ  କରିଛନ୍ତି । ଏହା ମଧ୍ୟରେ ଫିଲ୍ମଟିର ଟାଇଟଲ ଟ୍ରାକ ରିଲିଜ ହୋଇସାରିଛି । ‘ଅନ୍ଧାଧୂନ’ର ଟାଇଟଲ ଟ୍ରାକକୁ ପ୍ରସିଦ୍ଧ ଗାୟକ ଓ ର‌୍ୟାପର ରଫତାର ଗାଇଛନ୍ତି । ଏହି ଗୀତରେ ମୁଖ୍ୟ ଭୂମିକାରରେ ଥିବା ଆୟୁଷ୍ମାନ ଖୁରାନାଙ୍କ ସହିତ ଫିଲ୍ମର ଦୁଇ ହିରୋଇନ ମଧ୍ୟ ନଜର ଆସିଛନ୍ତି । ‘ଅନ୍ଧାଧୂନ’ର ଟାଇଟଲ ଟ୍ରାକକୁ ରଫତାର ଓ ଗିରିଶ କମ୍ପୋଜ କରିଛନ୍ତି । 

ସୂଚନାଯୋଗ୍ୟ କି, ‘ଅନ୍ଧାଧୂନ’ ଥ୍ରିଲର ଡ୍ରାମା ଫିଲ୍ମ ହେବ । ଟ୍ରେଲର ଅନୁସାରେ ଅନ୍ଧାଧୂନ ସିନେମାରେ ତବବୁ ନେଗେଟିଭ ଭୂମିକାରେ ଆସୁଛନ୍ତି । ଏହି ଟ୍ରାଇଟଲ ଟ୍ରାକରେ ଆୟୁଷ୍ମାନ ପିଆନୋ ବଜାଉଥିବାର ଦେଖିବାକୁ ମିଳିବ । ଏହି ସିନେମାରେ ଆୟୁଷ୍ମାନଙ୍କ ଜୀବନ ଠିକ୍ରେ ଚାଲୁଥିବାର ଦେଖିବାକୁ ମିଳିବ । କିନ୍ତୁ  ତବବୁଙ୍କ ସମ୍ପର୍କରେ ଆସିବା ପରେ ତାଙ୍କ ଜୀବନରେ କେତେଗୁଡିଏ ଅଭାବ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି  । ଏହା ମଧ୍ୟରେ ସିନେମାରେ କେତେଗୁଡିଏ ରୋଚକ ଘଟଣାମାନ ଘଟୁଥିବାର ଦେଖିବାକୁ ମିଳୁଛି । ଏହି ସିନେମା ଅକ୍ଟୋବର ୫ରେ ରିଲିଜ ହେବ । 

  • Tags:

Subscribe

National International State Sports Entertainment