ନୂଆଦିଲ୍ଲୀ, ଜୁଲାଇ, ୧ (ଖବର ଓଡିଶା)
ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ‘ଟଏଲେଟ’ :ଏକ ପ୍ରେମ କଥାର ସଫଳତାରେ ବହୁତ ଉତ୍ସାହିତ ଅଛନ୍ତି ଏଥିରେ ପ୍ରଭାବିତ ହୋଇ ସେ ଏହି ଭଳି ଆହୁରି ସିନେମା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି କାରଣରୁ ଅକ୍ଷୟ ଟୟଲେଟ-୨ ତିଆରି କରିବା ଆରମ୍ଭ କରି ଦେଇଛନ୍ତି । ଅକ୍ଷୟ ଏକ ଟ୍ୱିଟ ମାଧ୍ୟମରେ କହିଛନ୍ତି କି ‘ଆଗାମୀ ବ୍ଲକ ବ୍ଲଷ୍ଟର ମିଶନ ଟଏଲେଟ-୨ ପାଇଁ ପ୍ରସ୍ତୁତି ହୋଇ ରହିବା ପାଇଁ ସମୟ ଆସିଯାଇଛି । ଏଥର ବଦଳିବା ସାରା ଦେଶ । ଜଲଦି ଆସୁଛି ।
ଅକ୍ଷୟ ଏକ ସର୍ଟ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ କି , ସେ କହିଛନ୍ତି କି ‘ଟଏଲଟ ତୋ ବନଗେୟା କଥା ଅଭି ବାକି ହେ’ ଅକ୍ଷୟ କୁମାର ଏହି ସିନେମା ବିଷୟରେ ଅଧିକ ସୂଚନା ଦେଇ ନାହାଁନ୍ତି ।
ସୂଚନାଯୋଗ୍ୟ କି, ପ୍ରଧାନମନ୍ତ୍ରୀମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନରୁ ପ୍ରେରିତ ହୋଇ ‘ଟଏଲେଟ: ଏକ ପ୍ରେମ କଥା ସିନେମା ତିଆରି କରିଥିଲେ । ଏହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ସିନେମାରେ ଅକ୍ଷୟ କୁମାର ସହିତ ଅଭିନେତ୍ରୀ ଭୁମୀ ପେଦନାକର ଅଭିନୟ କରିଥିଲେ ।