ଏଫଟିଆଇଆଇର ଅଧ୍ୟକ୍ଷ ହୋଇପାରନ୍ତି ନାସରୁଦ୍ଧିନ ଶାହା
Khabar Odisha:After-Anupam-Kher-Resignation-Naseeruddin-Shah-Will-Be-Chairman-Of-FTII-Says-Shatrughan-Sinha
ମୁମ୍ବାଇ,ନଭେମ୍ବର ୫, (ଖବର ଓଡିଶା)

ଗତ ସପ୍ତାହରେ ଅନୁପମ ଖେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟୁଚ୍ୟୁଟ ଅଫ ଇଣ୍ଡିଆ (ଏଫଟିଆଇଆଇ) ର ଅଧ୍ୟକ୍ଷ ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି । ଅନୁପମ ଖେର ଏହି ପଦରୁ ଇସ୍ତଫା ଦେବା ପରେ ପରେ ସରକାର ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇଁ କେତେକ ନାଁ ବିଚାର କରୁଛନ୍ତି । ସୂଚନା ଓ ପ୍ରସାର ମନ୍ତ୍ରାଳୟ ସୂତ୍ରରୁ କୁହାଯାଇଛି କି, ସରକାର ଏପରି ବ୍ୟକ୍ତିଙ୍କୁ ଏହି ପଦବୀ ଦେବାକୁ ଚାହୁଁଛନ୍ତି କି, ଯେଉଁ ବ୍ୟକ୍ତି ଉପରେ କୌଣସୀ ପ୍ରକାର ଆପତି ନ ଥିବ । 

୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ସରକାର କୌଣସୀ ବିଶୃଙ୍ଖଳା ଦେଖିବାକୁ ଚାହୁଁନାହାଁନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି କି, ବରିଷ୍ଠ ଅଭିନେତା  ନସିରୁଦ୍ଧିନ ଶାହଙ୍କ ନାମ ଏଫଟିଆଇଆଇ ଅଧ୍ୟକ୍ଷ ପଦର ଦୌଡର ପ୍ରଥମରେ ରହିଛି । ନସିରୁଦ୍ଧିନ ସବୁବେଳେ ସରକାରୀ ପଦବୀ ନେବାରୁ ବଂଚିଯାଇଥାନ୍ତି । 

ଶାହଙ୍କ ସହିତ ଅମୃତା ସିଂହା ମଧ୍ୟ ମନ୍ତ୍ରାଳୟକୁ ପସନ୍ଦ ଆସିଛନ୍ତି, କିନ୍ତୁ ସେ ଆଗରୁ ମଧ୍ୟ ଦୁଇ ଦୁଇ ଥର ଏଫଟିଆଇଆଇର ଅଧକ୍ଷ ପଦକୁ ଅସ୍ୱୀକାର କରିସାରିଛନ୍ତି । ମିଳିଥିବା ସୂତ୍ର ଅନୁଯାୟୀ ଏହି ଅଧକ୍ଷ ପଦ ପାଇଁ ନିର୍ଦ୍ଦେଶକ ରାଜୁ ହିରାନୀ ଓ ଦିବ୍ୟାଦତାଙ୍କ ନାମ ମଧ୍ୟ ଦିଆଯାଇଛି । 

Subscribe

National International State Sports Entertainment