କାଷ୍ଟିଂ କାଉଚକୁ ନେଇ ଆଦିତି ଖୋଲିଲେ ମୁହଁ, କହିଲେ କିଛି ଦିନ ଯାଏଁ କାନ୍ଦିଥିଲେ ଓ ୮ମାସ ଯାଏ ମିଳିନଥିଲା କାମ
Khabar Odisha:Aditi-Rao-Hydari-Speak-Up-About-Casting-Coush
ମୁମ୍ବାଇ, ଜୁଲାଇ, ୩୧ (ଖବର ଓଡିଶା)

 ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୀର୍ଘ ଦିନ ଧରି କାଷ୍ଟିଂ କାଉଚ ଭଳି ସମସ୍ୟାରେ ନିର୍ଯ୍ୟାତିତା ହେଉଥିବା ହିରୋଇନମାନେ ବର୍ତମାନ ଏହା ବିରୁଦ୍ଧରେ ସ୍ୱର ଉଠାଇବା ଆରମ୍ଭ କରିଦେଲେଣି । ନିକଟରେ ସଞ୍ଜୟ ଲୀଲା ବନସାଲୀଙ୍କ ଫିଲ୍ମ ପଦ୍ମାବତ୍‌ ଅଭିନେତ୍ରୀ ଅଦିତି ରାଓ ହେଦରୀଙ୍କୁ ସଫଳତାର ସ୍ୱାଦ ଚଖାଇଛି । ଏହି ଫିଲ୍ମରେ ମେହରୁନିସା ଭୂମିକାରେ ଅଭିନୟ କରିଥିଲେ ଅଦିତି । ଏବେ ଅଦିତି ମଣିରତ୍ନମଙ୍କର ଏକ ଫିଲ୍ମରେ ଅଭିନୟ କରୁଛନ୍ତି । ପ୍ରାୟ ୭ବର୍ଷ ହେଲା ସେ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ କାମ କରୁଛନ୍ତି । ତେବେ ତାଙ୍କର ଏହି ଯାତ୍ରା ସରଳ ନଥିଲା । ନିକଟରେ କାଷ୍ଟିଂ କାଉଚ ସମ୍ପର୍କରେ ଖୁଲାସା କରିଛନ୍ତି ଏହି ଅଭିନେତ୍ରୀ ।

କାଷ୍ଟିଂ କାଉଚ ସମ୍ପର୍କରେ କିଛି ଦିନ ହେବ ଅଭିନେତ୍ରୀମାନେ ଭିନ୍ନ ଭିନ୍ନ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି । ଏବେ ଏହି ତାଲିକାରେ ଯୋଡି ହୋଇଯାଇଛନ୍ତି ଅଦିତି । ଆଦିତିଙ୍କ କହିବା ଅନୁଯାୟୀ, ଷ୍ଟ୍ରଗଲ ସମୟରେ ତାଙ୍କୁ କାଷ୍ଟିଂ କାଉଚ ଭଳି ସମସ୍ୟାର ସାମନା କରିବାକୁ ପଡିଥିଲା । ଏକ ଇଂଟରଭ୍ୟୁରେ ଆଦିତି କହିଛନ୍ତି କି, ସେ ଯେତବେଳେ ମୁମ୍ବାଇ ଆସିଲେ ୪ମାସରେ ତାଙ୍କୁ କାମ ମିଳିଯାଇଥିଲା । କିନ୍ତୁ ଏହା ପରେ ତାଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡିଥିଲା ।  ଏହି ପରିସ୍ଥିତି ଦେଇ ସେ ନିଜେ ଯାଇଥିବା କହିଛନ୍ତି । କାଷ୍ଟିଂ କାଉଚ କାରଣରୁ ତାଙ୍କୁ ବହୁ ଫିଲ୍ମ ହାତଛଡା କରିବାକୁ ପଡିଛି । ୨୦୧୩ ମସିହା ତାଙ୍କ ପାଇଁ ସବୁଠୁ ଅଧିକ ଯନ୍ତ୍ରଣାଦାୟକ ଥିବା ସେ କହିଛନ୍ତି । ଏପରି ଷ୍ଟ୍ରଗଲ ସମୟରେ ସେ ନିଜ ପିତାଙ୍କୁ ହରାଇଥିଲେ । ତେବେ ୮ ମାସ ପରେ ତାଙ୍କୁ କାମ ମିଳିଥିଲା । ଏହାପରେ ସବୁକିଛି ଠିକ୍ ହେବା ଆରମ୍ଭ ହେଲା । ତେବେ ବେଳେ ବେଳେ କିଛିଟା ବୁଝାମଣା କରିବାକୁ ପଡିଥାଏ ବୋଲି ସେ କହିଛନ୍ତି ।

ନିକଟରେ ସ୍ୱରା ଭାସ୍କର, ସରୋଜ ଖାନ୍, ଦିବ୍ୟାଙ୍କା ତ୍ରିପାଠୀ କାଷ୍ଟିଂ କାଉଚ ସମ୍ପର୍କରେ ବୟାନ ଦେଇ ଚର୍ଚ୍ଚାର ଘେରକୁ ଆସିଥିଲେ । ଅଦିତି ଟଲିଉଡ ଫିଲ୍ମ ଶ୍ରୀନଗରମରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ବଲିଉଡରେ ୟେ ସାଲୀ ଜିନ୍ଦେଗୀ ଜରିଆରେ ସେ ଏଣ୍ଟ୍ରି ମାରିଥିଲେ ।

  • Tags:

Subscribe

National International State Sports Entertainment