ଫିଲ୍ମରେ କାମ କରିବା ପାଇଁ ଟଙ୍କାଟିଏ ବି ନିଅନ୍ତି ନାହିଁ ଅମିର ଖାନ
Khabar Odisha:Aamir-Khan-Says-I-Do-Not-Take-Fee-For-My-Films
ମୁମ୍ବାଇ, ଅକ୍ଟୋବର ୩୦, (ଖବର ଓଡିଶା)

 ବଲିଉଡକୁ ଗୋଟିଏ ପରେ ଗୋଟିଏ ସୁପର ହିଟ ଫିଲ୍ମ ଦେଇଥିବା ଅମିର ଖାନ ଏବେ ନିଜର ଆଗାମୀ ସିନେମା ‘ଠଗସ ଅଫ ହିନ୍ଦୋସ୍ତାନ’ର ଖୁବ ଜେରରେ ପ୍ରମୋଶନ କରୁଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି କି, ସେ ନିଜ ଫିଲ୍ମ ଫ୍ଲପ ହେବାକୁ ଡରନ୍ତି  ନାହିଁ । ଏହା ସହିତ ଅମିର ନିଜର ସଫଳତା ବିଷକ୍ଷରେ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି କି ‘ମୁ ଅସଫଳ ହେବାକୁ ମଧ୍ୟ ଡରେ ନାହିଁ, ମୁଁ କିଛି ନୂଆ ଚେଷ୍ଟା ନ କରିବାକୁ ଡରୁଛି । ନିର୍ମାତା ନିର୍ଦ୍ଦେଶକ ଭାବେ ଦର୍ଶକଙ୍କୁ କିଛି ଯେବେ କିଛି ପସନ୍ଦ ଆସେ, ସେତବେଳେ ଅନୁଭବ ହୁଏ କି ମୁଁ କିଛି ହାସିଲ କରିଛି’ ଏହା ସହିତ ସେ କହିଛନ୍ତି କି, ସେ ନିଜ ସନେମା ପାଇଁ କିଛି ପଇସା ନିଅନ୍ତି ନାହିଁ ।

ଅମିର କହିଛନ୍ତି କି ସେ ସିନେମା ପାଇଁ ପ୍ରାପ୍ୟ ହିସାବରେ ଟଙ୍କାଟିଏ ମଧ୍ୟ ନିଅନ୍ତି ନାହିଁ । ଏହା ଧ୍ୟାନ ରଖିବା ମୋର ଉଚିତ୍ କି ଫିଲ୍ମରେ କେତେ ଖର୍ଚ୍ଚ ହୋଇଛି, କେତେ ଲାଭ ହୋଇଛି  ଓ ପୁରା ଟିମ ଏଥିରେ କିଛି ପାଇବାକୁ ଅଛି । ଯେତବେଳେ ଏହା ହୋଇଯାଏ । ସେତବେଳେ ଲାଭରୁ ମୋ ଭାଗ ମିଳିଥାଏ । ଏହା ମୋ ମନରେ ଦାଇତ୍ୱବୋଧ ଭରିଥାଏ । ଅମିରଙ୍କ ‘ଠଗସ ଅଫ ହିନ୍ଦୋସ୍ତାନ’ରେ ଅମିରଙ୍କ ସହିତ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରୁଛନ୍ତି । 

Subscribe

National International State Sports Entertainment