ଏଆର ରେହମାନଙ୍କ ଜୀବନର ଅଜଣା ସତ୍ୟ, ୨୫ ବର୍ଷ ବୟସରେ ଆତ୍ମହତ୍ୟା କରିବାକୁ କରିଥିଲେ ଚିନ୍ତା
Khabar Odisha:AR-Rahman-Opens-Up-About-His-Biography
ମୁମ୍ବାଇ,ନଭେମ୍ବର ୪ , (ଖବର ଓଡିଶା)

 ପ୍ରସିଦ୍ଧ ଓସ୍କାର ବିଜେତା ସଙ୍ଗୀତକାର ଏ.ଆର ରେହେମାନଙ୍କ ସଙ୍ଗିତ ପ୍ରତିଭା ଲୋକମାନଙ୍କ ଆଗକୁ ଆସିବା ଆଗରୁ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ସେତବେଳେ ସେ ନିଜକୁ ଅସଫଳ ଭାବୁଥିଲେ ଓ ପ୍ରାୟ ପ୍ରତିଦିନ ଆତ୍ମହତ୍ୟା କରିବାକୁ ଭାବୁଥିଲେ । ରେହମାନ ଏହା କହିଛନ୍ତି କି, ତାଙ୍କ କ୍ୟାରିୟରର ଆରମ୍ଭ ଦିନରେ ସେ ଖରପ ସମୟ ଦେଇ ଗତି କରୁଥିଲେ । ଏହି ଖରାପ ସମୟ ହିଁ ତାଙ୍କୁ ମଜବୁତ କରିବାରେ ସାହର୍ଯ୍ୟ କରିଥିଲେ । 

ରେହମାନ କହିଛନ୍ତି କି, ୨୫ ବର୍ଷ ପର୍ଯ୍ୟନ୍ତ ସେ, ଆତ୍ମହତ୍ୟା କରବାକୁ ଭାବୁଥିଲେ । ଆମ ଭିତରୁ ଅନେକ ଭାବୁଥିବେ କି ଏହା ଠିକ୍ ନୁହେଁ । କାରଣ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା । ତାଙ୍କୁ ଏକା ଏକା ଲାଗୁଥିଲା ଓ ତାଙ୍କ ସହିତ ଅନେକ ଜିନିଷ ହୋଇଥିଲା । 

ସେ କହିଛନ୍ତି କି, ଏସବୁ ଜିନିଷ ତାଙ୍କୁ ଅଧିକ ସାହାସୀ କରିଥିଲା  । ମୃତ୍ୟୁ ନିଶ୍ଚିତ ଅଟେ । ଯାହା ସବୁ ଦିନିଆରେ ଅଛି ତାହା ଦିନେ ନା ଦିନେ ଶେଷ ହେବ । ସେଥିପାଇଁ କେଉଁ ଜିନିଷକୁ କଣ ପାଇଁ ଡରିବ । 

ରେହମାନଙ୍କ ବାୟୋଗ୍ରାଫି ‘ନୋଟସ ଅଫ ଏ ଡ୍ରିମ : ଦ ଅଥରାଇଜଡ ବାୟୋଗ୍ରାଫି ଏ ଆର ରେହମାନରେ ନିଜର କଷ୍ଟଦାୟକ ଦିନ ଗୁଡିକ ବିଷୟରେ ଏଥିରେ  ଲେଖାଯାଇଛି । ଏହି ବହିକୁ କୃଷ୍ଣା ତ୍ରିଲୋକ ଲେଖିଛନ୍ତି । ଏହି ପୁସ୍ତକ ଶନିବାର ଉନ୍ମୋଚିତ ହୋଇଛି । 

Subscribe

National International State Sports Entertainment