ପ୍ରଥମ ଦିନରେ ୧୦୦ କୋଟି : ଭାରତ ସହ ପାକିସ୍ତାନରେ ମଧ୍ୟ ଧୂମ ମଚାଇଲା ୨.୦
Khabar Odisha:20-Movie-Record-Broken-In-Pakistan-Box-Office-Collection
ମୁମ୍ବାଇ, ନଭେମ୍ବର ୩୦, (ଖବର ଓଡିଶା)

 ସୁପରଷ୍ଟାର ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ୨.୦ ବକ୍ସ ଅଫସରେ ରିଲିଜ ହୋଇଛି । ଏହି ସିନେମା ପ୍ରଥମ ଦିନରେ ଅନେକ ନୂଆ ରେର୍କଡ ସୃଷ୍ଟି କରିଛି । ଏହି ସିନେମାଟି ଗୁରୁବାର ରିଲିଜ ହୋଇଥିବା ବେଳେ, ରିଲିଜ ପୂର୍ବରୁ ହିଁ ୧୨ ଲକ୍ଷ ଟିକେଟ ବିକ୍ରି ହୋଇ ସାରିଥିଲା । କେବଳ ଭାରତରେ ନହେଁ ପାକିସ୍ତାନରେ ମଧ୍ୟ ୨.୦ କୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । 

ମିଳିଥିବା ଏକ ରିର୍ପୋଟ ଅନୁଯାୟୀ, ପାକିସ୍ତାନରେ ସେଂଟ୍ରାଲ ବୋର୍ଡ ଅଫ ସାର୍ଟିଫେକ୍ସନ ୨.୦କୁ ରିଲିଜ କରିଛନ୍ତି । ପାକିସ୍ତାନର ମୋଟ ୭୫ଟି ସିନେମା ହଲରେ ଏହା ରିଲିଜ ହୋଇଛି । ଖାଲି ଏତିକି ନୁହେଁ, ସିନେ ସମୀକ୍ଷକଙ୍କ ମୁତାବିକ ଏହି ସିନେମା ପ୍ରଥମ ଦିନରେ ୱାଲ୍ଡୱାଇଡ ୧୦୦ କୋଟି ବ୍ୟବସାୟ କରିଛି । ବର୍ତମାନ ପର୍ଯ୍ୟନ୍ତ ଅଧିକାରୀଙ୍କ ହିସାବ ଆସିନାହିଁ କିନ୍ତୁ ଆଡଭାନ୍ସ ବୁକିଂ ଓ ଦର୍ଶକଙ୍କ କ୍ରେଜ ଦେଖି ଅନୁମାନ ଏହା କରାଯାଉଛି । 

ପ୍ରଥମ ଦିନରୁ ଫିଲ୍ମକୁ ପଜେଟିଭ ରେସପନ୍ସ ମିଳିଛି । ରଜନୀକାନ୍ତଙ୍କ ସବୁ ସିନୋମା ଭଳି ଏହି ସିନେମାକୁ ମଧ୍ୟ ଫ୍ୟାନମାନେ ଦୀର୍ଘ ଦିନରୁ ଅପେକ୍ଷାକରି ରହିଥିଲେ । ଦକ୍ଷିଣ ଭାରତରେ କେତକ ସ୍ଥାନରେ ଏହି ସିନେମା ସକାଳ ୪ଟାରୁ ଆରମ୍ଭ ହୋଇଛି ଓ ଏଠାରେ ସିନେମା ଘର ଆଗରେ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳୁଛି । 

ସିନେ ସମୀକ୍ଷକଙ୍କ ନିକଟରୁ ଶୁଣିବାକୁ ମିଳୁଛି ଯେ, ଏହି ସିନେମା ବଡ ସିନେମାର ରେକର୍ଡକୁ ଭାଙ୍ଗିପାରେ । ଆଗକୁ ୱେକେଣ୍ଡ ମଧ୍ୟ ରହିଛି । 

Subscribe

National International State Sports Entertainment