ଜାନୁଆରୀ ୨୬ରେ ୱାଘା ବର୍ଡରରେ ସେନାକୁ ଏହି ଉପହାର ଦେବେ ବରୁଣ ଧାୱନ
Khabar Odisha:
ମୁମ୍ବାଇ, ଡିସେମ୍ବର ୦୯(ଖବର ଓଡିଶା):

ବରୁଣ ଧୱନ ଏବେ ନିଜ ଫିଲ୍ମ ‘ଏବିସିଡି’ ନିର୍ମାଣରେ ବ୍ୟସ୍ତ ଅଛନ୍ତି । ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ଏହି ଚ୍ଚଳଚ୍ଚିତ୍ରରେ ବରୁଣ ଓ ଶ୍ରଦ୍ଧା ମୁଖ୍ୟ ଭୂମକାରେ ଅଛନ୍ତି । 

ସୂଚନାନୁସାରେ, ବରୁଣ ସାଧାରଣତନ୍ତ୍ର ଦିବସରେ ଦେଶର ଯବାନଙ୍କୁ ଏକ ଖାସ ଉପହାର ଦେବାକୁ ଯାଉଛନ୍ତି। ସେହି ମୁତାବକ ୱାଘା ବର୍ଡରରେ ବରୁଣ ଧୱନ ଲାଇଭ ପରଫର୍ମମାନ୍ସ ଦେଇ ସାଧାରଣତନ୍ତ୍ର ଦିବସ ପାଳନ କରିବେ । ଏହା ବରୁଣଙ୍କ ଫିଲ୍ମର ଏକ ଅଂଶ ହୋଇପାରେ କାହିଁକି ନା ଏହି ଫିଲ୍ମରେ ଏକ ଡାନ୍ସ ଅଛି ଯାହା ୱାଘା ବର୍ଡରରେ ସୁଟ ହେବାର ଅଛି । 

ଏବେ ଫିଲ୍ମର ନିର୍ମାତାମାନେ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି । ଯଦି ଅନୁମତି ମିଳେ ତେବେ ସାଧାରଣତନ୍ତ୍ର ଦିବସରେ ବରୁଣଙ୍କ ଲାଇଭ ପରଫର୍ମମାନ୍ସ ଦେଖିବାକୁ ମିଳିବ। ଏହା ମଧ୍ୟରେ ବରୁଣ ତାଙ୍କ ଆଉ ଏକ ଗୀତର ସୁଟିଙ୍ଗ ପଞ୍ଜାବରେ ହିଁ ପୂରା କରିବେ । ଏହି ଗୀତରେ ପଞ୍ଜାବୀ ଅଭିନେତ୍ରୀ ସୋନମ ବବେଜା ଓ ଦିଲଜୀତ ଦୋସାଞ୍ଜ ସ୍ପେସାଲ ଗେଷ୍ଟ ଆପିୟରାନ୍ସରେ ନଜର ଆସିବେ । 

Subscribe

National International State Sports Entertainment