ଆରପିଏଫ ଏସଆଇ ପରୀକ୍ଷା ସ୍ଥଗିତ, ଖୁବ ଶୀଘ୍ର ଘୋଷଣା ହେବ ନୂଆ ତାରିଖ
Khabar Odisha:sarkari-result-rpf-exam-date-2019-postponed-know-more-details
ନୂଆଦିଲ୍ଲୀ,ଜାନୁଆରୀ ୦୯(ଖବର ଓଡ଼ିଶା):

ରେଳବାଇ ଆରପିଏଫ ଏସଆଇ ୨୦୧୮ ପରୀକ୍ଷା ତାରିଖକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ସମଗ୍ର ଦେଶରେ ଏହି ପରୀକ୍ଷା ୨୦୧୯ ଜାନୁଆରୀ ୦୯ରେ ହେବାର ଥିଲା। ମାତ୍ର ନୂତନ ତାରିଖ ବିଷୟରେ  କୌଣସି ଆନୁଷ୍ଠାନିକ ସୂଚନା ଦିଅାଯାଇ ନାହିଁ। ମାତ୍ର ୱେବସାଇଟ ଚେକ କରିବା ପାଇଁ ଆବେଦନକାରୀଙ୍କୁ ସୂଚନା ଦିଆଯାଇଛି ।  

ଅଧିକାରିକ ୱେବସାଇଟରେ ଏକ ମହତ୍ୱପୂର୍ଣ୍ଣ ଘୋଷଣା ପତ୍ର ଅଛି ଯେଉଁଥିରେ ଉଲ୍ଲେଖରହିଛି ଯେ “ଆବେଦନକାରୀଙ୍କ ଦ୍ୱାରା ଦିଆଯାଇଥିବା ନିବେଦନ ପତ୍ର ପାଇଁ ଜାନୁଆରୀ ୦୯ରେ ହେବାକୁ ଥିବା ଅନଲାଇନ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ସଂଶୋଧିତ ପରୀକ୍ଷା ସିଡ଼୍ୟୁଲ ୱେବସାଇଟ ଏବଂ ଏସଏମଏସ ଜରିଆରେ ଜଣାଯିବ।” ପରୀକ୍ଷା ଆଡ଼ମିଟକାର୍ଡ଼ ଦ୍ୱିତୀୟଶ୍ରେଣୀ ଓ ତୃତୀୟଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଜାରୀ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାର ପାଂଚ ଓ ଛଅ ତାରିଖରେ  ଆୟୋଜିତ କରାଯାଇଥିଲା ବେଳେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ନଅ ଓ ୧୩ ତାରିଖରେ ହେବାକୁ ଥିଲା । ଆରପିଏଫ ଏସଆଇ ୨୦୧୮ ପାରୀକ୍ଷାରେ ଦେଶରେ ୧୧୨୦ ସବଇନ୍ସପେକ୍ଟର ପଦ ପୂରଣ କରାଯିବ।  ପରୀକ୍ଷା କମ୍ପ୍ୟୁଟର ମାଧ୍ୟମରେ ଆୟୋଜିତ ହେବ । ପରୀକ୍ଷା ସମ୍ବନ୍ଧିୟ ଅପଡ଼େଟ ପାଇଁ ଆବେଦନକାରୀଙ୍କୁ ୱେବସାଇରେ ନିୟମିତ ଚେକ କରିବାକୁ ପଡ଼ିବ ।

Subscribe

National International State Sports Entertainment