ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରି ଏନଆଇଟି କ୍ୟାମ୍ପସ ଛାଡିଲେ ୯୦୦ ଛାତ୍ର-ଛାତ୍ରୀ
Khabar Odisha:pauri-garhwal-900-students-of-nit-left-the-institute
ଶ୍ରୀନଗର, ଅକ୍ଟୋବର୨୪(ଖବର ଓଡ଼ିଶା):

 ରାଷ୍ଟ୍ରୀୟ ପ୍ରଦୌଗିକି ସଂସ୍ଥା(ଏନଆଇଟି)ର ୯୦୦ ଛାତ୍ର-ଛାତ୍ରୀ କ୍ୟାମ୍ପସ ପରିସରରେ ଥିବା ଅବ୍ୟବସ୍ଥାରେ ଅସନ୍ତୁଷ୍ଟ ହୋଇ ମଙ୍ଗଳବାର ସଂସ୍ଥା ଛାଡ଼ି ନିଜ ନିଜର ଘରକୁ ଚାଲି ଯାଇଛନ୍ତି। ସ୍ଥାୟୀ କ୍ୟାମ୍ପସରେ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ ପରେ ହିଁ ସେମାନେ କ୍ୟାମ୍ପସକୁ ଫେରିବେ ବୋଲି କହିଛନ୍ତି। ଛାତ୍ର-ଛାତ୍ରୀ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ସହିତ ଉତ୍ତରାଖଣ୍ଡର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମେଲ, ଫ୍ୟାକ୍ସ ଓ ଅନ୍ୟ ମାଧ୍ୟମରେ ନିଜର ନିଷ୍ପତ୍ତି ବିଷୟରେ ସୂଚିତ କରାଇଛନ୍ତି। ଏନଆଇଟି ପ୍ରବନ୍ଧନର କହିବା କଥା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଏହି ବିଷୟରେ ଅବଗତ କରାଯାଇଛି।

ଶୀଘ୍ର ସ୍ଥାୟୀ ପରିସର ନିର୍ମାଣ ଆରମ୍ଭ କରିବା ଓ ସେ ପର୍ଯ୍ୟନ୍ତ ଅସ୍ଥାୟୀ ପରିସରକୁ ସ୍ଥାନାନ୍ତର କରିବା ଦାବି ନେଇ ବିଭିନ୍ନ ବିଭାଗରେ ପଢୁଥିବା ଛାତ୍ର-ଛାତ୍ରୀ ୧୯ ଦିନ ପାଇଁ ଶ୍ରେଣୀଗୃହ ତ୍ୟାଗ କରିଛନ୍ତି। ମଙ୍ଗଳବାର ସକାଳେ ସମସ୍ତ ଛାତ୍ର ହୋଷ୍ଟେଲରେ ନିଜ ନିଜର କୋଠରୀରେ ତାଲା ମାରି ଘରକୁ ଚାଲି ଯାଇଛନ୍ତି। ଛାତ୍ର ଅଶାନ୍ତି ହେବାର କାରଣ  କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କର ଦାବି ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଏଥିପାଇଁ ସେମାନଙ୍କୁ ଏହି ପଦକ୍ଷେପ ଉଠାଇବାକୁ ପଡ଼ିଛି। 

ଛାତ୍ର-ଛାତ୍ରୀ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମାନବ ସମ୍ବଳ ବିକାଶ ମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ  ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସାମୂହିକ ଆଲୋଚନା ପରେ ସେମାନେ ଏହି ନିର୍ଣ୍ଣୟ ନେଇଛନ୍ତି। ଯେ ପର୍ୟ୍ୟଲନ୍ତ ସେମାନଙ୍କର ଦାବି ପ୍ରତି କାର୍ୟ୍ୟା ନୁଷ୍ଠାନ ନିଆନଯାଇଛି ସେ ପର୍ଯ୍ୟନ୍ତ ସେମାନେ କ୍ୟାମ୍ପସକୁ ଫେରିବେ ନାହିଁ। 

ଅନ୍ୟ ପଟେ ଏନଆଇଟିର କୂଳସଚିବ କର୍ଣ୍ଣେଲ ସୁଖପାଲ ସିଂହଙ୍କ କହିବା କଥା ନିର୍ଦ୍ଦେଶକ ଡଃ. ଶ୍ୟାମଲାଲ ସୋନି ଘଟଣାକ୍ରମ ବିଷୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଦୁଇଟି ପରିସରରେ ଚାଲିଥିବା ଏନଆଇଟିର ଶ୍ରେଣୀଗୃହ ଦୁଇଟି ପରିସରରେ ସଂଚାଳିତ ହେଉଛି।  ପ୍ରୟୋଗଶାଳା ଓ ପ୍ରଶାସନିକ ଗୃହ ପୁରୁଣା ଆଇଟିଆଇ ଜମିରେ ନିର୍ମାଣ କରାଯାଇଛି। ଏଠାରୁ ଦୁଇ ଶହ ମିଟର ଦୂର ପଲିଟେକନିକ ଭବନରେ ଥିବା ଶ୍ରେଣୀ ଗୃହରେ ଛାତ୍ର-ଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଉଛି। ହୋଷ୍ଟେଲ ପାଇଁ ସଂସ୍ଥା ଏଠାରୁ କିଛି ଦୂରରେ ଭଡ଼ାରେ ହୋଟେଲ ନେଇଛନ୍ତି।

ମାତ୍ର ଛାତ୍ର-ଛାତ୍ରୀ ଏହି ସବୁ ବ୍ୟବସ୍ଥାକୁ ନେଇ ସନ୍ତୁଷ୍ଟ ନାହାନ୍ତି। ସେମାନଙ୍କର କହିବା କଥା  ଏହା ସବୁ ଗୋଟିଏ କ୍ୟାମ୍ପସ ଭିତରେ ରହିବା ଉଚିତ୍। ବର୍ତ୍ତମାନ କ୍ୟାମ୍ପସ ପରିସରରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ସଂଶୟ ଭାବ ରହିଛି। 

Subscribe

National International State Sports Entertainment