ମେ ୧୨ରେ ଓଜେଇଇ, ଜାନୁଆରୀ ୨୫ରୁ ଆବେଦନ ଆରମ୍ଭ
Khabar Odisha:ojee-held-on-12-may
ଭୁବନେଶ୍ଵର, ଅକ୍ଟୋବର୩୧(ଖବର ଓଡ଼ିଶା):

 ଆସନ୍ତା ବର୍ଷ ମେ ୧୨ରେ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ପରୀକ୍ଷା ନିମନ୍ତେ ଜାନୁଆରୀ ୨୫ରୁ ଅନଲାଇନ ଯୋଗେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହି ପରି ଆସନ୍ତା ବର୍ଷରୁ ପିଜି କୋର୍ସ ପାଇଁ ମଧ୍ୟ ଅନଲାଇନରେ ଏଣ୍ଟ୍ରାନ୍ସ ହେବ ବୋଲି ଅଧ୍ୟକ୍ଷ ଚାନ୍ଦ କହିଛନ୍ତି।

ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦଙ୍କ ସୂଚନା ମୁତାବକ  ଆସନ୍ତା ବର୍ଷ ମେ ୧୨ରେ ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଜାନୁଆରୀ ୨୫ରୁ  ଅନଲାଇନ ଯୋଗେ ଆବେଦନ ଆରମ୍ଭ ହେବ। ଅନଲାଇନ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୫ ଧାର୍ଯ୍ୟ କରାଯାଇଛି। ଏହିପରି  ଏପ୍ରିଲ ୨୦ରେ  ଆବେଦନକାରୀ ଆଡମିଟ୍ କାର୍ଡ ଡାଉନଲୋଡ କରିବେ। 

ବର୍ଷ ମେ ୧୨ରେ ଓଜେଇଇ ପରେ ଜୁଲାଇ ୨୧ରେ ହେବ ସ୍ପେଶାଲ ଓଜେଇଇ। ଆଜି ଅନୁଷ୍ଠିତ ପଲିସି ପ୍ଲାନିଂ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଶିକ୍ଷା ବର୍ଷରୁ  ପିଜି କୋର୍ସ ପାଇଁ  ଅନଲାଇନରେ ଏଣ୍ଟ୍ରାନ୍ସ  ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଓଜେଇଇ ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି। 

Subscribe

National International State Sports Entertainment