ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା, ସରିବ ମାର୍ଚ୍ଚ ୮ରେ
Khabar Odisha:matric-exam-start-from--22-february
ଭୁବେନଶ୍ଵର, ଡିସେମ୍ବର ୧୪(ଖବର ଓଡ଼ିଶା):

ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ। ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ସରିବ ମାଟ୍ରିକ ପରୀକ୍ଷା  । ସକାଳ ୯ଟାରୁ ସାଢେ ୧୧ ଟା ଯାଏ ଚାଲିବ ପରୀକ୍ଷା । ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟି ସମୟ ଦିଆଯିବ । 

ପ୍ରଥମ ଦିନରେ ଏମଆଇଏଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୩ୟ ଭାଷା ହୀନ୍ଦି ଓ ସଂସ୍କୃତ ପରୀକ୍ଷା ଅଲଗା ଅଲାଗ ଦିନରେ ହେବ  । ୨୭ରେ ହିନ୍ଦୀ ପରୀକ୍ଷା ଓ ୨୮ରେ ସଂସ୍କୃତ ପରୀକ୍ଷା ହେବ । ଏଥର ୩ଟି ସେଟ ପରିବର୍ତ୍ତେ ୪ଟେ ସେଟେରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ  । ଉଭୟ ସବ୍‌ଜେକଟିଭ ଓ ଅବଜେକ୍‌ଟିଭରେ ୧୫ ମାର୍କ ରଖିବା ବାଧ୍ୟତାମୂଳକ ହୋଇଛି । ସେପଟେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଫେବୃଆରୀ ୨୨ରୁ ଆରମ୍ଭ ହେବ  । 

ଏହା ସହ ବିନା ଜୋରିମାନାରେ ଫର୍ମ ପୂରଣ କରିବାର ଅବଧିକୁ ୨ ଦିନ ବୃଦ୍ଧି କରାଯାଇଛି ।  ୧୫ ତାରିଖ ରାତି ୧୧ଟି ୪୫ ପର୍ୟ୍ୟ ନ୍ତ କରିହେବ ଫର୍ମ ପୂରଣ । ଡିସେମ୍ବର ୧୮ ଜୋରମାନା ସହ ଫର୍ମ ପୂରଣର ଶେଷ ତାରିଖ । ମଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମଙ୍କ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

Subscribe

National International State Sports Entertainment