ଓଟିଇଟି ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ !
Khabar Odisha:education-odisha-crime-branch-will-invetigate-otet-paper-leak-case
ଭୁବନେଶ୍ୱରଜାନୁଆରୀ ୧୬ (ଖବର ଓଡିଶା)

 ଓଟିଇଟି ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଓ ଭାଇରାଲ ହେବା ଘଟଣା । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲା ମାଧ୍ୟମିକ ଶିକ୍ଷା ବୋର୍ଡ । ମାଧ୍ୟମିକ ଶିକ୍ଷା ବୋର୍ଡର ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି । ପ୍ରଥମ ସିଟିଂର ପ୍ରଶ୍ନ ପତ୍ର ଲିକ ଏବଂ ଭାଇରାଲ ହେବା ପରେ ଓଟିଇଟି ପରୀକ୍ଷା ବାତିଲ ହୋଇଥିଲା । 

ଆଜି ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରଥମ ସିଟିଂ ପରୀକ୍ଷା ଚାଲିଥିବାବେଳେ ପ୍ରଶ୍ନ ପତ୍ର ଲିକ୍‌ ହୋଇଥିବା ଖବର ପ୍ରସାରଣ ହୋଇଥିଲା । ସୋସିଆଲ ମିଡିଆରେ ପ୍ରଶ୍ନ ପତ୍ର ଭାଇରାଲ ହୋଇଥିଲା । କନ୍ଧମାଳ ଓ ଭଦ୍ରକରୁ ଏଭଳି ଅଭିଯୋଗ ଆସିବା ପରେ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛଥିଲା । ଭାଇରାଲ ହୋଇଥିବା ପ୍ରଥମ ପେପର୍‌ ସେଟ୍‌-ବି ସହିତ ପ୍ରଶ୍ନ ମିଳା ଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ତେବେ ପ୍ରଥମ ପେପର୍‌ ଲିକ୍‌ ହୋଇଥିବାରୁ ଦ୍ୱିତୀୟ ସିଟିଙ୍ଗ୍‌ ପରୀକ୍ଷାକୁ ବାତିଲ କରାଯାଇଥିଲା । ତେବେ ଦ୍ୱିତୀୟ ପେପର୍‌ ପ୍ରଶ୍ନ ପତ୍ର ପ୍ୟାକେଟ୍‌ ନ ଖୋଲି ବୋର୍ଡକୁ ଫେରାଇ ଦେବାକୁ ଅଧ୍ୟକ୍ଷା ପରୀକ୍ଷା ପରିଚାଳକ ମାନଙ୍କୁ କହିଥିଲେ । 

ବାତିଲ ହୋଇଥିବା ପରୀକ୍ଷା କେବେ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ମାଟ୍ରିକ୍‌ ପରୀକ୍ଷା ପରେ ଏ ବିଷୟରେ ବିଚାର କରାଯିବ ବୋଲି ବୋର୍ଡ ଅଧ୍ୟକ୍ଷ ଜାହାନାରା ବେଗମ୍‌ ସୂଚନା ଦେଇଥିଲେ । 

ଆଜି ଦୁଇଟି ପେପର୍‌ରେ ୧ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଥିଲେ । ରାଜ୍ୟରେ ୨୫୦ଟି ସେଣ୍ଟର୍‌ ରହିଥିଲା । ପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀମାନେ ନିରାଶ ହୋଇଛନ୍ତି । ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି । 

Subscribe

National International State Sports Entertainment