ପ୍ରକାଶ ପାଇଲା ୨୦୧୯ ସିବିଏସଇ ପରୀକ୍ଷା ସୂଚୀ, ଫେବୃୟାରୀ ୨୧ରୁ ଦଶମ ଓ ୧୫ରୁ ଦ୍ଵାଦଶ
Khabar Odisha:cbse-exam-start-from-15-february-2019

 ୨୦୧୯ ସିବି ଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ସୂଚୀ ଘୋଷଣା ହୋଇଛି। ଫେବୃୟାରୀ ୨୧ରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ଚାଲିବ । ସେହିପରି ଫେବୃୟାରୀ ୧୫ରୁ ଏପ୍ରିଲ ୩ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ୧୦ଟା ୩୦ରୁ ୧.୩୦ ପର୍ଯ୍ୟନ୍ତ ପରୀକ୍ଷା କରାଯିବ । ଜୁନ୍ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ୩୦ ମିନିଟ୍ ଆଗରୁ ଖାତା ଦିଆଯିବା ସହିତ ୧୫ ମିନିଟ୍ ଆଗରୁ ପ୍ରଶ୍ନ ପତ୍ର ଦିଆଯିବ ।

ସିବିଏସଇ ଓ୍ଵେବ୍ ସାଇଟ୍ www.cbse.nic.in  ରେ ପରୀକ୍ଷାର ପୂରା କାର୍ୟ୍ୟ ସୂଚୀ କରାଯାଇଛି। ପରୀକ୍ଷାର ପ୍ରସ୍ତୁତି ପାଇଁ ଛାତ୍ର-ଛାତ୍ରୀଙ୍କୁ କେମିତି ପର୍ୟ୍ୟା ପ୍ତ ସମୟ ମିଳିବ ତାକୁ ଦୃଷ୍ଟିରେ ରଖି ସିବିଏସଇ ପରୀକ୍ଷାର ୭ ସପ୍ତାହ  ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରିଛି। ଏହା ସହିତ ସିବିଏସଇ ସ୍ପଷ୍ଟ  ଭାବେ କହିଛି ଯେ ପରୀକ୍ଷା ତାରିଖ ଏମିତି ପ୍ରସ୍ତୁତ କରାଯାଇଛି ଯେ ପରୀକ୍ଷାର ତାରିଖ କୌଣସି ପରୀକ୍ଷାର୍ଥୀ ପାଇଁ କୌଣସି ସମସ୍ୟା ରହିବ ନାହିଁ। 

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ସିବିଏସଇ ଦ୍ଵାଦଶ ବୋର୍ଡର ପ୍ରାକ୍ଟିକାଲ ପରୀକ୍ଷାର ଡେଟ୍ ସିଟ୍ ଜାରି କରିଥିଲା।  ଯାହାର ସୂଚନା ବୋର୍ଡ ନିଜର ଆନୁଷ୍ଠାନିକ ଓ୍ଵେବ୍ ସାଇଟରେ ଦେଇଛି। ବିଜ୍ଞପ୍ତି ଅନୁଯାୟୀ  ପ୍ରାକ୍ଟିକାଲ ପରୀକ୍ଷା  ୨୦୧୯ ଜାନୁଆରୀ ୧୬ରୁ ଆରମ୍ଭ ହେବ। ଯାହା ଫେବୃଆରୀ ୧୫ ପର୍ୟ୍ୟଟନ୍ତ ଚାଲିବ। 

ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ସିବିଏସଇ ବୋର୍ଡ ପରୀକ୍ଷା ଆୟୋଜନ ଆଗୁଆ ହେଉଛି।  ଗତ ବର୍ଷ ପରୀକ୍ଷା ମାର୍ଚ୍ଚ ୫ରେ ଆୟୋଜନ ହୋଇଥିଲା। କାରଣ ଚଳିତ ବର୍ଷ  ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। 

Subscribe

National International State Sports Entertainment