ଉତ୍କଳ ବିଶ୍ଵବିଦ୍ୟାଳୟରେ ଶିକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଛାତ୍ର ଅସନ୍ତୋଷ
Khabar Odisha:Utkal-University
ଭୁବନେଶ୍ୱର, ୦୨ ନଭେମ୍ବର(ଖବର ଓଡ଼ିଶା):

 ଓଡ଼ିଶାରେ ନାକ୍ ଟିମ୍ ଦ୍ୱାରା ଏ+ ସ୍ୱୀକୃତିପ୍ରାପ୍ତ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଛାତ୍ରଛାତ୍ରୀ ପାଠ ଅଧ୍ୟୟନ କରିବା ପାଇଁ ଆସୁଛନ୍ତି । ମାତ୍ର ବିଶ୍ୱବିଦ୍ୟାଳୟରେ ସବୁ ପ୍ରକାର ସହାୟତା ଥାଇ ମଧ୍ୟ ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଷ୍ଟେଲ ସହ ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ ମୌଳିକ ସୁବିଧାରୁ ଛାତ୍ରଛାତ୍ରୀମାନେ ବଞ୍ଚିତ ହେଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରନେତା ଅସିତ ରଞ୍ଜନ ଦାଶ ଅଭିଯୋଗ କରିଛନ୍ତି। 

ଅଭିଯୋଗନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରେ ଥିବା ସମସ୍ତ ଛାତ୍ରାବାସରେ ଅଣଛାତ୍ରମାନେ ମାଡି ବସିଥିବା ଫଳରେ ଦୂରଦୂରାନ୍ତରୁ ଏଠାକୁ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲ ସୁବିଧା ପାଇପାରୁନାହାନ୍ତି। ସେହିପରି ଶିକ୍ଷା ବ୍ୟବସ୍ଥାର ଅବନତି ଘଟୁଛି। ଡ୍ରେନେଜ ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ। ଏହା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ତିଳେ ମାତ୍ର ଦଷ୍ଟି ଦେଉନହାନ୍ତି। ବିଶେଷତଃ ଛାତ୍ରଛାତ୍ରୀମାନେ ହଷ୍ଟେଲ ସୁବିଧା ପାଇପାରୁନଥିବାରୁ ବିଶ୍ୱ ବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏହା ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉନାହିଁ। ତେଣୁ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ବିଶ୍ୱବିଦ୍ୟାଳୟର ଛାତ୍ରନେତା ଶ୍ରୀ ଦାଶ ଦାବି କରିଛନ୍ତି।   

Subscribe

National International State Sports Entertainment