ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭରୁ ଅଚଳ ସୋଲାର ପ୍ୟାନେଲ, ଗଙ୍ଗାଧର ବିଶ୍ୱବିଦ୍ୟାଳୟରେ ସୌରଶକ୍ତି ପ୍ରକଳ୍ପର କାର୍ଯ୍ୟକାରୀକୁ ନେଇ ପ୍ରଶ୍ନ
Khabar Odisha:Sun-Power-Project-not-working-in-Utkal-University-till-from-start
ଭୁବନେଶ୍ୱର, ୧ ଅକ୍ଟୋବର(ଖବର ଓଡ଼ିଶା):

୨୦୧୬ ମସିହାରେ ସମ୍ପୂର୍ଣ୍ଣ ଉତ୍କଳ ବିଶ୍ୱବିଦ୍ୟାଳୟକୁ ସୌରଶକ୍ତି ଦ୍ଵାରା ଆଲୋକିତ କରିବା ପାଇଁ ଏକ ପ୍ରକଳ୍ପ ଘୋଷଣା କରାଯାଇଥିଲା। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପାଇଁ ବହୁତ ପ୍ରଶଂସା ସାଉଁଟିଥିଲେ। ତେବେ ଇତିମଧ୍ୟରେ ବିତିଯାଇଛି ଅଢେଇ ବର୍ଷ। ମାତ୍ର ସୌରଶକ୍ତି ପ୍ରକଳ୍ପ ଦ୍ଵାରା ଏକ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହୋଇପାରିନାହିଁ। ଛାତ୍ରାବାସର ଛାତ ଉପରେ ବସିଥିବା ସୋଲାର ପ୍ୟାନେଲ ଗୁଡିକ କେବଳ ଛାତ୍ର ମାନଙ୍କର ପୋଷାକ ଶୁଖାଇବା କାର୍ଯ୍ୟରେ ବ୍ୟବହୃତ ହେଉଥିବା ଦେଖାଯାଉଛି। ଯାହାକୁ ନେଇ ଅସନ୍ତୋଷବ୍ୟକ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ। 

ଏହି ସୌରଶକ୍ତି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଛାତ୍ରଛାତ୍ରୀମାନେ ବହୁବାର ଅଭିଯୋଗ କରି ଆସୁଛନ୍ତି ଓ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି। ମାତ୍ର ଏଥିରେ କୌଣସି ସୁଫଳ ମିଳୁନାହିଁ ବୋଲି ସେମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ସମ୍ବଲପୁର ସ୍ଥିତ ଗଙ୍ଗାଧର ବିଶ୍ୱବିଦ୍ୟାଳୟରେ ଏହି ଯୋଜନା କାର୍ଯ୍ୟକାରୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ସୌରଶକ୍ତି ଦ୍ଵାରା ଆଲୋକିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କେବଳ ଯୋଜନା କରିଦେଲେ ବିକାଶ ହେଇଯାଏ ନାହିଁ। ବିକାଶ କରିବାକୁ ହେଲେ ଯୋଜନାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ପଡିଥାଏ । ତେଣୁ ସେମାନେ ଉତ୍କଳ ବିଶ୍ୱବିଦ୍ୟାଳୟ ପରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏହି ପ୍ରକଳ୍ପ ବିଫଳ ନହେବା ପାଇଁ ଆଶାବ୍ୟକ୍ତ କରିଛନ୍ତି।  

Subscribe

National International State Sports Entertainment