ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ, ରେଭେନ୍ସାରେ ଛାତ୍ର-ପୋଲିସ ଧସ୍ତାଧସ୍ତି
Khabar Odisha:Ravenshaw-university-Police---Student-crash
କଟକ, ୦୧ ଅକ୍ଟୋବର(ଖବର ଓଡ଼ିଶା):

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ କରି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟକୁ ଘେରି ରହିଥିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ସେଠାରେ ଉତ୍ତେଜନା ଦେଖାଯାଇଥିବା ବେଳେ କ୍ୟାମ୍ପସ ପରିସରରେ ଅଧିକରୁ ଅଧିକ ପୋଲିସଙ୍କୁ ମତୟନ କରାଯାଇଛି।  

ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେବା ପରେ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାର ପ୍ରତିବାଦରେ ସେମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ହୋ ହାହ୍ଲା କରିଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ଖବର ପାଇ ସେଠାରେ ମାଲଗୋଦାମ ପୋଲିସ ପହଞ୍ଚି କୁଳପତିଙ୍କ କାର୍ଯ୍ୟାଳୟ ଘେରି ବସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲା। ଏହି ସମୟରେ ପୋଲିସ ଓ ଛାତ୍ର ଧସ୍ତାଧସ୍ତି ହୋଇଥିଲା।  

ସୂଚନାଥାଉକି, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ଆଜି ଟାୟାର ଜାଳି ବିକ୍ଷୋଭ କରିଥିଲେ । ଏହାର ଆଲୋଚନା ପାଇଁ ସୋମବାର ଅପରାହ୍ଣରେ କୁଳପତିଙ୍କ କାର୍ଯ୍ୟାଳୟରେ ଷ୍ଟାଫ କାଉନସିଲ ବୈଠକ ବସିଥିଲା। ବୈଠକରେ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

Subscribe

National International State Sports Entertainment