ସମ୍ବଲପୁର ବିଶ୍ୱବିଦ୍ୟାଳୟରେ “କାନାଡ଼ାରେ ଶିକ୍ଷା ସୁଯୋଗ” ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ
Khabar Odisha:One-day-National-Workshop-in-the-Educational-Opportunity-in-Canada
ସମ୍ବଲପୁର, ୨୧ ଡିସେମ୍ବର(ଖବର ଓଡ଼ିଶା):

ସଂପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଶିକ୍ଷା ବିଭାଗ (ବି.ଏଡ଼ -ଏମ.ଏଡ଼ ପାଠ୍ୟକ୍ରମ) ଆନୁକୂଲ୍ୟରେ “କାନାଡ଼ାରେ ଶିକ୍ଷା ସୁଯୋଗ” ଶୀର୍ଷକ ଏକ ଜାତୀୟ ସ୍ତରର ଆଲୋଚନା ଚକ୍ର ଗୁରୁବାର ଏଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭା ପ୍ରାରମ୍ଭ ବିଭାଗୀୟ ସଂଯୋଜକ ଡ଼. ରାଜେନ୍ଦ୍ର କୁମାର ବେହେରା ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଂପ୍ରତିକ ସମୟରେ ଶିକ୍ଷାର ଜଗତୀକରଣ ଓ ସଂଭାବ୍ୟ ବିଭିନ୍ନ ବୃତ୍ତିଗତ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସୁନେଲୀ ଭବିଷ୍ୟତ ଗଠନ କରିପାରିବେ। କାନାଡ଼ା ଭଳି ରାଷ୍ଟ୍ରରେ ନିବେଶ କରିପାରିବେ ଓ ଏହା ପାଇଁ କିପରି ନିଜକୁ ବିଭିନ୍ନ ସ୍ତରରେ ପ୍ରସ୍ତୁତ କରିପାରିବେ ।

ସେ ସମ୍ପର୍କରେ କାନାଡ଼ା ରେଭେସ୍ କଲେଜର ମୁଖ୍ୟ ବକ୍ତା  ଶ୍ରୀ ସୁନିଲ ଦାସ ନିଜର ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼.ଦୀପକ କୁମାର ବେହେରା ଶିକ୍ଷାର ଗୁଣାତ୍ମକ ମାନ ଓ ଦକ୍ଷ ଶିକ୍ଷକ ତଥା ଶିକ୍ଷା ବୃତ୍ତି ପ୍ରତି ମନୋନିବେଶ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଏହାଛଡ଼ା ଏକ ସୁସ୍ଥ ସମାଜ ଗଠନ ଦିଗରେ ଶିକ୍ଷକଙ୍କ ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ସଭା ଶେଷରେ ବିଭାଗୀୟ ମୁଖ୍ୟ ପ୍ରଫେସର ଯୁବରାଜ ଧେମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠ୍ୟକ୍ରମର ସଂଯୋଜକ ଡ .ରାଜେନ୍ଦ୍ର କୁମାର ବେହେରା, ସହକାରୀ ପ୍ରାଧ୍ୟାପକ ଶ୍ରବଣ କୁମାର ବାଗ, ଯୁଧିଷ୍ଠିର ମିଶ୍ର ଓ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା ପାଇଁ ବିଭାଗର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । 

Subscribe

National International State Sports Entertainment