ତ୍ରିପୁରାରେ ଓଡିଆ ପିଲାଙ୍କୁ ମାଡ ଘଟଣା, ନ୍ୟାୟ ଦାବି କଲେ ଓଡିଆ ଜେଏନୟୁ ଛାତ୍ରଛାତ୍ରୀ
Khabar Odisha:Odia-students-of-JNU-protested-demanding-justice-for-students-tortured-in-Tripura
ଭୁବନେଶ୍ୱର,୨୮ ସେପ୍ଟେମ୍ବର(ଖବର ଓଡ଼ିଶା):

ତ୍ରିପୁରାରେ ଆକ୍ରମଣର ଶୀକାର ହୋଇଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦିଲ୍ଲୀସ୍ଥିତ ଜବାହାରଲାଲ୍ ନେହେରୁ ୟୁନିଭରସିଟି (ଜେଏନୟୁ)ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଏହି ଦାବିରେ ଓଡିଶା ସାଂସ୍କୃତିକ ପରିଷଦ ଓ ଜେଏନୟୁ ଓଡିଆ କମ୍ୟୁନିଟି ପକ୍ଷରୁ ଜେଏନୟୁ କ୍ୟାମ୍ପସ୍ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ନାରାବାଜୀ କରିବା ସହିତ ତ୍ରିପୁରା ଓ ଓଡିଶା ସରକାର ଓଡିଆ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଅନ୍ତୁ ,ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ ।

ଓଡିଶା ସାଂସ୍କୃତିକ ପରିଷଦର ଆବାହକ ଦେବଦତ ମହାକୁଡ କହିଛନ୍ତି ଯେ ତ୍ରିପୁରାର ଅଗରତାଲାରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଓ ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା ନିନ୍ଦନୀୟ । ଏସମ୍ପର୍କରେ ଜଣାପଡିବାର ୭୨ ଘଂଟା ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା କିମ୍ବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେଣୁ ତୁରନ୍ତ ପୀଡିତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ଏବଂ ଭବିଷ୍ୟତରେ ଯେପରି ଏଭଳି ଘଟଣା ନଘଟେ ସେଥିପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ଏହି ବିକ୍ଷୋଭରେ ଆଲୋକ ପାତ୍ର , ଦିବାକର ବେହେରା , ସୁମନ୍ତ କୁମାର ସାହୁ , ବିଭୂତି ଭୂଷଣ ବେହେରା , ଗାର୍ଗୀ ସାହୁ ଓ ଚିନ୍ମୟୀ ମହାନ୍ତିଙ୍କ ସମେତ ବହୁ ଓଡିଆ ଛାତ୍ରଛାତ୍ରୀ ସାମିଲ ଥିଲେ ।

Subscribe

National International State Sports Entertainment