ସ୍ପଷ୍ଟ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ଚଳିତ ଶିକ୍ଷାବର୍ଷ ପାଇଁ ଆଉ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ
Khabar Odisha:No-more-College-Election-Said-Minister-Ananta-Das
ଭୁବନେଶ୍ୱର,୧୩ ଅକ୍ଟୋବର(ଖବର ଓଡ଼ିଶା):

ଚଳିତ ଶିକ୍ଷାବର୍ଷ ପାଇଁ ଆଉ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ପ୍ରକାଶ କରିଛନ୍ତି। କୌଣସି ବିଭ୍ରାନ୍ତିକର ସମ୍ବାଦ ଦ୍ୱାରା ପ୍ରଭାବିତ ହୋଇ ସମୟ ଅପଚୟ ନକରି ପାଠପଢ଼ାରେ ମନୋନିବେଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । 

ବାତ୍ୟା ତିତଲି  ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜନଜୀବନ ବିପର୍ଯ୍ୟସ୍ତ ହେବ ବୋଲି ସତର୍କ ସୂଚନା ମିଳିବା ପରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ କଲେଜ ଛାତ୍ରସଂସଦ ନିର୍ବାଚନକୁ ଚଳିତ ଶିକ୍ଷାବର୍ଷ ୨୦୧୮-୧୯ ନିମନ୍ତେ ବାତିଲ କରାଯାଇଛି । ପୁନର୍ବାର ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଭ୍ରାନ୍ତିକର ସମ୍ବାଦ ଖବରକାଗଜ ଓ ସୋସିଆଲଲ୍ ମିଡ଼ିଆରେ ଦୃଷ୍ଟିକୁ ଆସିଛି । ଏହି ବିଭ୍ରାନ୍ତିକର, ଅସତ୍ୟ ଓ ଭିତିହୀନ ସମ୍ବାଦକୁ ମନ୍ତ୍ରୀ ଶ୍ରୀ ଦାସ ଦୃଢ଼ ଭାବରେ ଖଣ୍ଡନ କରିବା ସହିତ ଏପରି କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି । 

Subscribe

National International State Sports Entertainment