ପ୍ରଥମେ ଥରରେ ହିଁ ସିଏ ପରୀକ୍ଷାରେ ଟପ୍ପର ହେଲେ ସାଦାବ ହୁସେନ, ପିତା ପେଶାରେ ଜଣେ ଦର୍ଜି
Khabar Odisha:National-education-Odisha-son-of-a-tailor-shadab-hussain-tops-ca-exam-in-first-attempt
ଜୟପୁର ,ଜାନୁଆରୀ ୨୪(ଖବର ଓଡ଼ିଶା):

 ମନୋବଳ ଥିଲେ ସବୁ କିଛି ସମ୍ଭବ। ଶିକ୍ଷା ପ୍ରତି ମନବଳାଇଲେ କୌଣସି ପରିବାରର ଆର୍ଥିକ ପରିସ୍ଥିତି ବାଧକ ସାଜେ ନାହିଁ । ଏହା ପ୍ରମାଣିତ କରିବାର ଅନେକ ନଜିର ରହିଛି। ନିକଟରେ ବୁଧବାର ଦିନ ଦ ଇଷ୍ଟିଟ୍ୟୁଟ ଅଫ ଚାର୍ଣ୍ଡ ଆକାଉଣ୍ଟାଣ୍ଟଓ ଅଫ ଇଣ୍ଡିଆରେ ସିଏ ପରୀକ୍ଷାଫଳ ପ୍ରକାଶ ପାଇଛି। ସେଥିରେ ଭଲ ନମ୍ବର ରଖି ରାଜସ୍ଥାନର ଜଣେ ଯୁବକ ଟପ୍ ସ୍ଥାନ କରିଛନ୍ତି ।

ଦ ଇଷ୍ଟିଟ୍ୟୁଟ ଅଫ ଚାର୍ଣ୍ଡ ଆକାଉଣ୍ଟାଣ୍ଟଓ ଅଫ ଇଣ୍ଡିଆର ହୋଇଥିବା ଏହି ପରୀକ୍ଷାରେ ରାଜସ୍ଥାନର ସାଦାବ ହୁସେନ ନାମକ ଜଣେ ଯୁବକ ଟପ୍ କରିଛନ୍ତି । ସିଏ ଫାଇନାଲ ପରୀକ୍ଷାରେ ମୋଟ ୮୦୦ ମାର୍କରୁ ୫୯୭ ମାର୍କ ଆଣିଛନ୍ତି ସାଦାବ । ତାଙ୍କ ପିତା ପେଶାରେ ଜଣେ ଦର୍ଜି ।  ଗୋଟିଏ ସାଧାରଣ ପରିବାରରୁ ଆସିଥିବା ସାଦାବ ପ୍ରଥମ ଥରରେ ହିଁ ଉତୀର୍ଣ୍ଣ ହୋଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସାଦାବ କୋଟା ୟୁନିଭର୍ସିଟିରୁ ବାଣିଜ୍ୟରେ ସ୍ନାତକ ହାସଲ କରିବା ପରେ ସେ ଏହି ପରୀକ୍ଷା ଦେଇଥିଲେ । ତାଙ୍କ ପରିବାରରେ ସେ ଓ ତାଙ୍କର ଚାରି ଭଉଣୀ ଓ ପିତାମାତା ରହୁଛନ୍ତି। ନିଜେ ଉଚ୍ଚଶିକ୍ଷିତ ନଥିଲେ ମଧ୍ୟ ତାଙ୍କ ପିତାମାତା ପାଠପଢାରେ ଅନେକ ପ୍ରେରଣା ଦେଇଛନ୍ତି ସାଦାବଙ୍କୁ । ସାଦାବ କହିଛନ୍ତି ,ସେ ଦିନରାତି ପରିଶ୍ରମ କରି ସେ ପାଠ ପଢୁଥିଲେ କାରଣ ଯେପରି ତାଙ୍କ ମାତାପିତା ବୃଦ୍ଧାଅବସ୍ଥାରେ ଚିନ୍ତିତ ନ ହୁଅନ୍ତୁ ଏବଂ ସିଏ  କରିବା ଦ୍ୱାରା ସର୍ବଦା ଶିକ୍ଷା ପ୍ରତି ତାଙ୍କର ଧ୍ୟାନ ରହିବ ।

ସାଦାବଙ୍କ ଏହି ସଫଳତାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିନନ୍ଦନ ଜଣାଇଛନ୍ତି । ଏହି ଖବରକୁ ନେଇ ଏକ ଫେସବୁକ ପୋଷ୍ଟରେ ସେ କହିଛନ୍ତି ,ସାଦାବଙ୍କୁ ଅଭିନନ୍ଦନ ସହ ତାଙ୍କ ପାଇଁ ସେ ଗର୍ବିତ । ଆଗାମୀ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି  ରାହୁଲ । 

Subscribe

National International State Sports Entertainment