ଆଇଆଇଟି ପ୍ଲେସମେଣ୍ଟରେ ହେଲା ସାଲେରୀ ବର୍ଷା, ସର୍ବାଧିକ ଛାତ୍ର ଚୟନ
Khabar Odisha:iit-campus-placement
ମୁମ୍ବାଇ,ଡିସେମ୍ବର ୦୨(ଖବର ଓଡ଼ିଶା):

 ଆଇଆଇଟିର ପୁଣି ଏକ ବଡ଼ ସଫଳତା । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ଆଉ ଏକ ପାଦ ଆଗରେ ପହଂଚିଲା ଭାରତୀୟ ପ୍ରଦୈାଗିକି ସଂସ୍ଥା । ସଫ୍ଟଓୟାର କ୍ଷେତ୍ରର ସବୁଠାରୁ ବଡ଼ କମ୍ପାନୀ ମାଇକ୍ରୋସଫ୍ଟ କ୍ୟାମ୍ପସ ପ୍ଲେସମେଣ୍ଟର ପ୍ରଥମ ଦିନରେ ହିଁ ଆଇଆଇଟିରେ ସର୍ବାଧିକ ସାଲେରୀ ପ୍ୟାକେଜର ଘୋଷଣା କରିଛି। ଲଗାତାର ଭାବରେ କମ୍ପାନୀ ଏହିପରି କ୍ୟାମ୍ପସରେ ନିଯୁକ୍ତି ଦେଇଛି। 

ଆଇଆଇଟିରୁ ଚୟନ ହୋଇଥବା ପ୍ରର୍ଥୀଙ୍କୁ ୟୁଏସରେ ଚାକିରୀ କରିବାକୁ ପଠାଇବା ପାଇଁ ମାଇକ୍ରୋସଫ୍ଟ କମ୍ପାନୀ ହାରାହାରି ୨.୧୪ ଲକ୍ଷ ଟଙ୍କା ଡ଼ଲାର ଅଫର ଦେଇଛି । ଦେଖିବାକୁ ଗଲେ ୟୁଏସରେ ଏହି ସାଲେରୀ ପୂର୍ବଥର ସହ ସମାନ କିନ୍ତୁ ଟଙ୍କାର ବଜାର ମୂଲ୍ୟ କମି ଯାଇଥିବାରୁ ଏହା ୧.୫ କୋଟି ହୋଇଯାଇଛି । ୨୦୧୭ରେ ଆଇଆଇଟି ଯେଉଁ ପ୍ୟାକେଜ ଦେଇଥିଲା ତାହା ୧.୩୯ କୋଟି ସହ ସମାନ।

ପ୍ଲେସମେଣ୍ଟର ଜଣେ ସଦସ୍ୟ କହିଛନ୍ତି ଯେ ନିକଟରେ ଆଇଆଇଟିର ସବୁ ଛାତ୍ରଛାତ୍ରୀଙ୍କୁ ନେଇକି ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ପିଲା ମାଇକ୍ରୋସଫ୍ଟରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ଜଣାପଡ଼ିଛି।

ମୁମ୍ବାଇ ଆଇଆଇଟିରେ ଉବର ଇଣ୍ଟରନ୍ୟାସନାଲ, କୋହେସିଟି ନାମକ କମ୍ପାନୀ ଆଇଆଇଟିରେ ପ୍ରଥମଥର ପାଇଁ ଚୟନ କରିଛନ୍ତି । ସେମାନେ ଆମେରିକା ପାଇଁ ୩ଟି ପ୍ରାର୍ଥୀ ଚୟନ କରିଛନ୍ତି । ଘରେ ରହି କାମ କରିବା ପ୍ରାର୍ଥୀଙ୍କୁ ଏ ବର୍ଷ ଆଇଆଇଟିରେ ୪୫ ଲକ୍ଷ ଦରମା ବାର୍ଷିକ ବ୍ଲାକଷ୍ଟେନ ଅଫର କରିଛି । ଆଇଆଇଟି ବମ୍ବେର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଏଥର  ୨୫ ଲକ୍ଷ ଓ ସେଥିରୁ ଅଧିକ ସାଲେରୀ ଦେବା କମ୍ପାନୀଙ୍କ ସଂଖ୍ୟା ଅଧିକ ରହିଛି।।

ଆଇଆଇଟି ଖଡ଼ଗପୁରରେ ମଧ୍ୟ ଜାପାନର ମରକରୀ କମ୍ପାନୀ ସବୁଠୁ ଅଧିକ ଅଫର ଦେଇଛି । ମାଇକ୍ରୋସଫ୍ଟ ମଧ୍ୟ  ଆଇଆଇଟି ଖଡ଼ଗପୁରରୁ ୪ଟି ଛାତ୍ରଙ୍କୁ ଚୟନ କରିଛି । ଆଇଆଇଟି ମାଡ଼୍ରାସ ପ୍ରଥମ ଦିନରେ ମାଇକ୍ରସଫ୍ଟ ,ଗୁଗଲ ,ଏପଲ ପାଇଁ ପ୍ରାର୍ଥୀ ଚୟନ କରିଛି । 

Subscribe

National International State Sports Entertainment