ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା : ଥାନାରେ ଏତଲା ଦେଲେ ବୋର୍ଡ ସଭାପତି
Khabar Odisha:Education-odisha-Cuttack-OTET-question-paper-leak-matter-case-registered
ଭୁବନେଶ୍ୱର, ଜାନୁଆରୀ ୧୮ (ଖବର ଓଡ଼ିଶା):

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ କଟକ ମଙ୍ଗଳାବାଗ ଥାନାରେ ବିଧିବଦ୍ଧ ଏତଲା ଦେଇଛନ୍ତି । ଏହାପୂର୍ବରୁ କ୍ରାଇମବ୍ରାଂଚ ତଦନ୍ତ କରାଯିବ ବୋଲି ବୋର୍ଡ଼ କର୍ତୃପକ୍ଷ କହିଥିଲେ ହେଁ ବର୍ତମାନ ସୁଦ୍ଧା ବୋର୍ଡ଼ ପକ୍ଷରୁ କୌଣସି ଅଭିଯୋଗପତ୍ର ଦିଆଯାଇନାହିଁ ବୋଲି ଏଡିଜି ସନ୍ତୋଷ ଉପାଧ୍ୟାୟ କହିଥିଲେ । ସେ କହିଛନ୍ତି ଯେ ବୋର୍ଡ଼ କେବଳ ଏକ ଚିଠି ପଠାଇଛନ୍ତି ଯାହାକି ତାଙ୍କର ହସ୍ତଗତ ହୋଇଛି । ଏଫଆଇଆର୍ ନହେବା ପର୍ୟ୍ୟ ନ୍ତ ତଦନ୍ତ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ତୁରନ୍ତ ଏତଲା ଦେବା ପାଇଁ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖରେ ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ୍ ହୋଇଥିଲା ।ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଓ ଉତର ଭାଇରାଲ ହୋଇଥିଲା । ଫଳରେ ଉକ୍ତ ଦିନରେ ହେବାକୁ ଥିବା ୨ ଟି ସିଟିଂ ପରୀକ୍ଷାକୁ ବାତିଲ କରାଯାଇଥିଲା ।

Subscribe

National International State Sports Entertainment