ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି, ବିପିୟୁଟି ପରୀକ୍ଷା ବାତିଲ
Khabar Odisha:Congress-Bharat-Bandh--Odishas-All-School-College-and-University-Closed-BPUT-Exam-Cancel
ଭୁବନେଶ୍ୱର , ସେପ୍ଟେମ୍ବର ୧୦ (ଖବର ଓଡ଼ିଶା):

ଆଜି ରାଜ୍ୟର ସମସ୍ତ ସ୍କୁଲ କଲେଜ, ବିଶ୍ୱ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି । କଂଗ୍ରେସର ଭାରତ ବନ୍ଦ ଡାକରା ଯୋଗୁଁ ସରକାର ଏପରି ଏକ ନିଷ୍ପତ୍ତି ନେଇଥିବା ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ସେହିପରି ଭାରତ ବନ୍ଦ ଡାକରା ଯୋଗୁଁ ସୋମବାର ବିପିୟୁଟି ପରୀକ୍ଷାକୁ ବାତିଲ କରାଯାଇଛି। ଏ ନେଇ ବିପିୟୁଟି କୂଳପତି ସୂଚନା ଦେଇଥିବା ବେଳେ ଏହି ପରୀକ୍ଷା ତାରିଖ ଆଗାମୀ ଦିନରେ ନିର୍ଦ୍ଧାରିତ କରାଯିବ ବୋଲି ସେ କହିଛନ୍ତି । 

କଂଗ୍ରେସର ଏହି ଭାରତ ବନ୍ଦ ଡାକରା ପାଇଁ ପୂର୍ବରୁ ମଧ୍ୟ ରାଜ୍ୟ ସରକାର ସବୁ ସ୍କୁଲ ଛୁଟି ଘୋଷଣା କରିଥିଲେ। ସେହିପରି ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସୋମବାର ସକାଳ ୯ଟା ୩୦ ସୁଦ୍ଧା ଅଫିସ୍‌ରେ ପହଞ୍ଚିବାକୁ ସଚିବାଳୟ କର୍ମଚାରୀଙ୍କ ପାଇଁ ଗୃହ ବିଭାଗ ପକ୍ଷରୁ ନୋଟିସ କରାଯାଇଥିଲା। ସୁରକ୍ଷା କାରଣରୁ ସଚିବାଳୟର ଫାଟକ ଦିନ ୧୦ଟା ୧୫ରେ ବନ୍ଦ ହେବ । ରାଜଧାନୀରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀରେ ପ୍ରାୟ ୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିଥିବାବେଳେ ବିଧାନସଭା ଧାରଣାସ୍ଥଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। 

  • Tags:

Subscribe

National International State Sports Entertainment