ଏଏସଓ ଲିଖିତ ପରୀକ୍ଷା ଜାନୁଆରୀ ୨୦କୁ ଘୁଞ୍ଚିଲା
Khabar Odisha:ASO-Exam-date-Post-phoned
ଭୁବନେଶ୍ୱର, ୩ ଡିସେମ୍ବର(ଖବର ଓଡ଼ିଶା):

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଆସିଷ୍ଟାଂଟ ସେକ୍ସନ ଅଫିସର(ଏଏସଓ)ର ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨୩ ତାରିଖରେ ଏହି ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ବର୍ତମାନ ଏହି ସମୟକୁ ପରିବର୍ତନ କରାଯାଇଛି । ଜାନୁୟାରୀ ୨୦ ତାରିଖରେ ଉକ୍ତ ପରୀକ୍ଷା କରାଯିବ। 

ଏହି ପରୀକ୍ଷା ପାଇଁ ଆବେଦନ ପତ୍ର ଅଧିକା ଆସିଥିବାରୁ ଲିଖିତ ପରୀକ୍ଷା ବିଳମ୍ବ ଘଟୁଛି । ଏଥିପାଇଁ ପରୀକ୍ଷା ସୂଚିକୁ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି।  ବିଭାଗ ପକ୍ଷରୁ କୁହାଯାଇଛି ଏଏସଓର ପରୀକ୍ଷା ସୂଚି ଖୁବଶୀଘ୍ର ମିଳିବ। ପ୍ରମୁଖ ଖବର କାଗଜ ଓ ଓପିଏସସି.ଜିଓଭି.ଇନ୍ ସାଇଟରେ ପରୀକ୍ଷାର୍ଥୀମାନେ ଏ ସମ୍ପର୍କୀତ ସୂଚନା ପାଇପାରିବେ।  

Subscribe

National International State Sports Entertainment