ଆସନ୍ତାକାଲିଠୁ +୨ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ ଆରମ୍ଭ
Khabar Odisha:2-from-fillop-online-Process-start-from-tomorrow
ଭୁବନେଶ୍ୱର,ନଭେମ୍ବର ୧୫(ଖବର ଓଡ଼ିଶା):

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ରେଗୁଲାର ପରୀକ୍ଷା ପାଇଁ ଶୁକ୍ରବାର ଠାରୁ ଫର୍ମ ଫିଲ ଅପ୍ ଆରମ୍ଭ ହେବ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବିନା ଫାଇନରେ ଫର୍ମ ଫିଲ୍ଅପ୍ କରି ହେବ। ସେହିପରି ନଭେମ୍ବର ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍ଅପ୍ କଲେ ୫୦ ଟଙ୍କା ଫାଇନ୍ ଦେବାକୁ ହେବ ଏବଂ ଡିସେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍ଅପ୍ କଲେ ୩୫୦ ଟଙ୍କା ଫାଇନ୍ ଦେବାକୁ ହେବ ।

 ପ୍ରଥମ ତାରିଖରେ ଫର୍ମ ଫିଲଅପ୍ କରିଥିବା ଛାତ୍ରଛାତ୍ରୀ ନଭେମ୍ବର ୧୭ରୁ ୨୭ ତାରିଖରେ ମଧ୍ୟରେ ଫିସ୍ ଦାଖଲ କରିପାରିବେ । ସେହିପରି ଦ୍ୱିତୀୟ ଥର ପାଇଁ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧ ତାରିଖ ଏବଂ ତୃତୀୟ ଥର ପାଇଁ ଡିସେମ୍ବର ୩ ତାରିଖରୁ ୫ ତାରିଖ ମଧ୍ୟରେ ଫିସ୍ ଦାଖଲ କରିପାରିବେ । ଏହା ବ୍ୟତୀତ ଯୁକ୍ତ ୨ କଳା , ବାଣିଜ୍ୟ , ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଫର୍ମ ପୂରଣ ଫିସ୍ ୫୨୦ ଟଙ୍କା ରଖାଯାଇଛି । ଏହାସହ ଫାଇନ୍ ଟଙ୍କା, ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟ ୱାର୍କ ପାଇଁ ୨୦ ଟଙ୍କା ଲେଖାଏଁ , ପ୍ରାକ୍ଟିକାଲ ପରୀକ୍ଷା ପାଇଁ (ପ୍ରତ୍ୟେକ ବିଷୟ ) ୨୦ ଟଙ୍କା ଲେଖାଏଁ ଅତିରିକ୍ତ ଫିସ୍ ଦାଖଲ କରିବାକୁ ପଡିବ ।

Subscribe

National International State Sports Entertainment