ମାର୍ଚ୍ଚ ୭ରୁ +୨ ପରୀକ୍ଷା
Khabar Odisha:2-Exam-Starting-from-March-7
ଭୁବନେଶ୍ୱର, ଡିସେମ୍ବର ୧୩ (ଖବର ଓଡିଶା):

ମାର୍ଚ୍ଚ ୭ରୁ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ମାର୍ଚ୍ଚ ୭ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ଆଜି ତାରିଖ ଘୋଷଣା କରିଛି ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)।   

ମାର୍ଚ୍ଚ ୭ ତାରିଖରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୮ରେ କଳା ବିଭାଗ ପରକ୍ଷା ଆରମ୍ଭ ହେବ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଥିଓରୀ ପରୀକ୍ଷା ପୂର୍ବରୁ ପ୍ରକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା କରିବାକୁ ସିଏଚଏସଇ ନିଷ୍ପତ୍ତି ନେଇଛି। ନିଷ୍ପତି ଅନୁଯାୟୀ, ମାର୍ଚ୍ଚ ୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଥିଓରୀ ପରୀକ୍ଷା । ସେହିପରି ଜାନୁୟାରୀ ୨୮ରୁ ଫେବୃୟାରୀ ୮ ତାରିଖ ପର୍ଯ୍ୟନ୍ତ ପ୍ରକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ଚାଲିବ । ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ ବୋଲି ସିଏଚଏସଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  

କାର୍ଯ୍ୟସୂଚୀ

ମାର୍ଚ୍ଚ ୭ : ଓଡିଆ (ବିଜ୍ଞାନ, ବାଣିଜ୍ୟ)

ମାର୍ଚ୍ଚ ୮: ଓଡିଆ (କଳା)

ମାର୍ଚ୍ଚ ୯: ଇଂରାଜୀ (ବିଜ୍ଞାନ, ବାଣିଜ୍ୟ)

ମାର୍ଚ୍ଚ ୧୧: ଇଂରାଜୀ (କଳା)

ମାର୍ଚ୍ଚ ୧୨: ପଦାର୍ଥ ବିଜ୍ଞାନ (ବିଜ୍ଞାନ) ଓ ଅ ।କାଉେଂଟନ୍ସି (ବାଣିଜ୍ୟ)

ମାର୍ଚ୍ଚ ୧୩: ରାଜନୀତି ବିଜ୍ଞାନ (କଳା)

ମାର୍ଚ୍ଚ ୧୪: ଅ ।ଇଟି (ବିଜ୍ଞାନ ଓ କଳା)

ମାର୍ଚ୍ଚ ୧୫: ଇଂଟିଗ୍ରେଟେଡ ଭୋକେସନାଲ ବିଷୟ- ବିଜ୍ଞାନ, କଳା ଓ ବାଣିଜ୍ୟ (ସମୟ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨)

ମାର୍ଚ୍ଚ ୧୮: ଇଚ୍ଛାଧୀନ ବିଷୟ (ଓଡ଼ିଅ ।, ଇଂରାଜୀ, ହିନ୍ଦୀ, ବେଙ୍ଗଲୀ, ଉର୍ଦ୍ଦୁ ଓ ତେଲୁଗୁ)

ମାର୍ଚ୍ଚ ୧୯: ରସାୟନ ବିଜ୍ଞାନ

ମାର୍ଚ୍ଚ ୨୦: ଶିକ୍ଷା, ଇଣ୍ଡିଅ ।ନ ମ୍ୟୁଜିକ, ମନୋବିଜ୍ଞାନ (କଳା), ଜିଓଲୋଜୀ (ବିଜ୍ଞାନ)

ମାର୍ଚ୍ଚ ୨୩: ଗଣିତ (କଳା ଓ ବିଜ୍ଞାନ), ହୋମ ସାଇନ୍ସ (କଳା) ଓ ବିଜନେସ ଷ୍ଟଡିଜ୍(ବାଣିଜ୍ୟ)

ମାର୍ଚ୍ଚ ୨୫: ଭୂଗୋଳ (କଳା ଓ ବିଜ୍ଞାନ), ତର୍କଶାସ୍ତ୍ର (କଳା)

ମାର୍ଚ୍ଚ ୨୬: ବାଓଲୋଜୀ-୧ (ବିଜ୍ଞାନ)

ମାର୍ଚ୍ଚ ୨୭: ଅର୍ଥନୀତି (କଳା ଓ ବାଣିଜ୍ୟ) ଓ ଅ ।ଇଅ ।ରପିଏମ (କଳା ଓ ବାଣିଜ୍ୟ)

ମାର୍ଚ୍ଚ ୨୮: ବାଓଲୋଜୀ: ପ୍ରାଣୀ ଓ ଉଦ୍ଭିଦ ବିଜ୍ଞାନ

ମାର୍ଚ୍ଚ ୨୯: ଷ୍ଟାଟିଷ୍ଟିକ୍ (କଳା ଓ ବିଜ୍ଞାନ), ଅ ।ନ୍ରେ୍ଥ୍ରାପଲୋଜୀ, ସମାଜଶାସ୍ତ୍ର

ମାର୍ଚ୍ଚ ୩୦: ଇଚ୍ଛାଧୀନ ମାତୃଭାଷା (ଓଡ଼ିଆ, ଇଂରାଜୀ, ହିନ୍ଦୀ, ବେଙ୍ଗଲୀ, ଉର୍ଦ୍ଦୁ ଓ ତେଲୁଗୁ)

Subscribe

National International State Sports Entertainment