ଛୁରା ମାରି ଲୁଟିନେଲେ ଏକ ଲକ୍ଷ ୩୦ ହଜାର ଟଙ୍କା
Khabar Odisha:theft-money-from-a-finance-company-employee
କଲ୍ୟାଣସିଂହପୁର ,ଜାନୁଆରୀ ୦୯(ଖବର ଓଡ଼ିଶା):

 ରାଜ୍ୟରେ ଦିନକୁ ଦିନ ଦିନ ଦ୍ୱିପ୍ରହରରେ ବଢିଚାଲିଛି ଲୁଟ । ପୋଲିସକୁ ଠେଙ୍ଗା ଦେଖାଇ ଦୁର୍ବୃତ୍ତ ଅନାୟସରେ ଲୋକଠାରୁ ଲୁଟ କରିଚାଲିଛନ୍ତି । ଏହି ପରି ଏକ ଘଟଣା ସାମନାକୁ ଆସିଛି ରାୟଗଡ଼ାରେ । ଧାମଲିଆ ନିକଟରେ ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟ । ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଲୁଟିନେଲେ ଦୃବୁତ୍ତ । 

ସୂଚନା ମୁତାବକ କଲ୍ୟାଣସିଂହପୁର ଧାମଲିଆ ନିକଟ ରାସ୍ତା ଉପରେ ଯାଉଥିବା ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାରି ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି । ସିକରପାଇ ଅଂଚଳରୁ ଋଣ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଆକ୍ରମଣ କରିଥିଲେ ଲୁଟେରା । ତିନି ଜଣ ଦୁବୁତ୍ତ ଆସି ଛୁରିରେ ଆଘାତ କରିଥିବା ସୂଚନା ମିଳିଛି । କର୍ମଚାରୀ ଜଣକ ଗୁରୁତର ହେବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଘର ରାୟଗଡ଼ାରେ ବୋଲି ଜଣାପଡ଼ିଛି । 

Subscribe

National International State Sports Entertainment