ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂତନ ମୋଡ, ହତ୍ୟା ଅଭିଯୋଗ ଆଣିଲେ ବାପା, ପତି ଅଟକ
Khabar Odisha:odia-actress-nikita-death-case
କଟକ,ଜାନୁଆରୀ ୦୬(ଖବର ଓଡ଼ିଶା):

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାକୁ ନେଇ ରବିବାର ନୂଆ ମୋଡ଼ ଆସିଛି। ନିକିତାଙ୍କ ବାପା ସନାତନ ବେହେରା ଝିଅର ହତ୍ୟା ହୋଇଥିବା ନେଇ କଟକର ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି। ସେ ନିକିତାଙ୍କ ସ୍ୱାମୀ ଓ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।। ସୂଚନାଯୋଗ୍ୟ ଶନିବାର ସନ୍ଦେହଜନକ ଭାବେ ନିକିତାଙ୍କର ଘର ଛାତରୁ ପଡ଼ି ମୃତ୍ୟୁ ଘଟିଥିଲା। ଅଭିଯୋଗ ପରେ ପୋଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। 

ଉଲ୍ଲେଖଯୋଗ୍ୟ ଗତକାଲି ନିକିତା କଟକ ମହାନଦୀ ବିହାର ସ୍ଥିତ ତାଙ୍କ ବାପା ଘର ଛାତ ଉପରୁ ଖସି ପଡ଼ିଥିଲେ । ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପରେ ପୁରୀ ସ୍ଵର୍ଗ ଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

୨୦୧୬ ମସିହାରେ ନିକିତା କଟକ ଗୋପାଳପୁରର ବାସିନ୍ଦା ଅଭିନେତା ଲିପୁନ ‌ସାହୁଙ୍କୁ ବିବାହ କରିଥିଲେ। ନିକିତାଙ୍କର ୪ ମାସର ଏକ ଶିଶୁ ପୁତ୍ର ଅଛି। ବିବାହ ପରଠୁ ସେ ପ୍ରାୟତଃ ମହାନଦୀବିହାର ସ୍ଥିତ ନିଜ ବାପଙ୍କ ଘରେ ରହୁଥିଲେ। ସ୍ଵାମୀ ଲିପୁନ୍‌ ସେଠାକୁ ଯିବା ଆସିବା କରୁଥିଲେ। ଶୁକ୍ରବାର ରାତି ୧୦ଟାର ଘଟଣା ସମୟରେ ନିକିତା ମହାନଦୀ ବିହାରରେ ଥିଲେ। ସେହି ସମୟ‌ରେ ତାଙ୍କ ବାପା, ମା’ ଓ ସ୍ଵାମୀ ଲିପୁନ ବି ଘରେ ଥିଲେ।

କୁହାଯାଉଛି ଯେ ସେ ହଠାତ୍‌ ଛାତରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମହାନଦୀବିହାରସ୍ଥିତ ଏକ ଘରୋଇ ହସ୍ପିଟାଲ ଏବଚ ‌ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଶନିବାର ଦିନ ପ୍ରାୟ 12ଟା 30ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 

Subscribe

National International State Sports Entertainment