ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ଜେଲ ଗଲେ ସ୍ଵାମୀ ଲିପନ ସାହୁ
Khabar Odisha:nikita-murder-case-husband-lipan-sahu-went-to-jail
କଟକ, ଜାନୁଆରୀ ୦୮(ଖବର ଓଡିଶା):

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲାରେ ଜେଲ ଗଲେ ନିକିତାଙ୍କ ସ୍ଵାମୀ ଲିପନ ସାହୁ। ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଲିପନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ନିକିତାଙ୍କ ମୃତ୍ୟୁ ମାମଲାରେ ନିକିତାଙ୍କ ପିତାଙ୍କ ଏତଲା କ୍ରମେ ଚାଉଳିଆଗଞ୍ଜ ପୋଲିସ ଲିପନଙ୍କୁ ଗିରଫ କରିଥିଲା।   

ଏହା ପୂର୍ବରୁ ନିକିତାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଚଳାଇବା ପରେ ଆଜି କଟକ ଡିସିପି ଅଖିଳେଶ୍ୱର ସିଂହ ନିକିତା ମୃତ୍ୟୁରେ ସ୍ୱାମୀ ଲିପନଙ୍କୁ ଦାୟୀ  କରିଥିଲେ। ପାରିପାର୍ଶ୍ଵିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାର ପରେ ନିକିତାଙ୍କ ମୃତ୍ୟୁ ପାଇଁ ସଂପୂର୍ଣ୍ଣ ଭାବରେ ଲିପନଙ୍କୁ ଦାୟୀ କରିଥିଲା ପୋଲିସ। 

ଘଟଣା ଦିନ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିବା ଲିପନ ସ୍ୱୀକାର ମଧ୍ୟ କରିଥିଲେ। ବଚସା ପରେ ଛାତ ଉପରେ ଦୁହିଁଙ୍କ ମଧ୍ୟରେ ଠୋଲାପେଲା ହେବାରୁହ ନିକିତା ଛାତରୁ ଖସିଥିବା ନେଇ ଶ୍ରୀ ସିଂହ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟାରେ କହିଥିଲେ। ଲିପନଙ୍କ ବାପା ମାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି ଓ ଶାଶୁଙ୍କ ସହ ନିକିତାଙ୍କ ସଂପର୍କ ଭଲ ନ ଥିବା ଜାଣିବାକୁ ପାଇଛି । ଲିପନଙ୍କ ବାପା ଓ ମାଙ୍କ ନାଁରେ ଘରୋଇ ହିଂସା ମାମଲା ମଧ୍ୟ ରୁଜୁ ହୋଇଛି । 

ଗତକାଲି ଏହି ଘଟଣାରେ ନିକିତାଙ୍କ ସ୍ୱାମୀ ଲିପନକୁ ପୋଲିସ ଗିରଫ କରିଛି । ପ୍ରଥମେ ଏହା ଏକ ଆତ୍ମହତ୍ୟା ନେଇ ଖବର ପ୍ରକାଶ ପାଇଥିବାବେଳେ ପରେ ନିକିତାଙ୍କ ବାପା ଗଣମାଧ୍ୟମ ଆଗରେ ଲିପନ ତାଙ୍କୁ ଛାତରୁ ଠେଲି ଦେଇଥିବା ନେଇ ଅଭିଯୋଗ ଆଣିଥିଲେ ।

Subscribe

National International State Sports Entertainment