ରାୟଗଡାରେ ବ୍ୟବସାୟୀଙ୍କ ଠାରୁ ୯ଲକ୍ଷ ଲୁଟିଲେ ଦୁର୍ବୃତ୍ତ
Khabar Odisha:money-bag-snatching-in-rayagada
ରାୟଗଡ଼ା ,ଜାନୁଆରୀ ୦୪(ଖବର ଓଡ଼ିଶା):

ଅସୁରକ୍ଷିତ ହୋଇପଡ଼ିଲାଣି ସହର। ଦିନ ଦ୍ୱିପହରେ ରାୟଗଡ଼ାରେ ଲୁଟ । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ନଅ ଲକ୍ଷ ଟଙ୍କା ଟାଣି ନେଇଯାଇଛି ଦୁର୍ବୃତ୍ତ।

ଜଣେ ବ୍ୟବସାୟୀ ନ୍ୟୁ କୋଣସି ଆନ୍ଧ୍ରା ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଆଣୁଥିବା ବେଳେ ଦୁଇ ଦୁର୍ବୃତ୍ତ ଝାମ୍ପି ନେଇଛନ୍ତି । ପଲସର ଗାଡ଼ିରେ ଆସି ଟଙ୍କା ବ୍ୟାଗ ସହ ଟାଣି ନେଲେ । ଏନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଯାଂଚ କରୁଛି ପୋଲିସ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଲୁଟେରାକୁ ଖୋଜୁଛି ।

Subscribe

National International State Sports Entertainment