ଖୋର୍ଦ୍ଧା: ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା
Khabar Odisha:miscreants-killed-ex-samiti-member-in-khurdha
ଖୋର୍ଦ୍ଧା, ଡିସେମ୍ବର ୨(ଖବର ଓଡ଼ିଶା):

ଖୋର୍ଦ୍ଧା ଜଟଣୀ ମୁଖ୍ୟ ରାସ୍ତାରେ ଜଣେ ପୂର୍ବତନ ସମିତି ସଭ୍ୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ନିମବସନ୍ତର ରବୀନ୍ଦ୍ରନାଥ ନାୟକ । ତାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ହାଣି ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି । 

ପୂର୍ବତନ ସମିତି ସଭ୍ୟ ଥିବା ରବୀନ୍ଦ୍ରନାଥ ଜଣେ ଏଲଆଇସି ଏଜେଂଟ ଭାବରେ କାମ କରୁଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି କିଛି ଲୋକଙ୍କ ସହ ରବୀନ୍ଦ୍ରନାଥ ଘରୁ ବାହାରି ଖୋର୍ଦ୍ଧା ବାଇପାସର ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ଖାଇବା ପରେ ସେମାନଙ୍କ ସହ ରବୀନ୍ଦ୍ରଙ୍କର ବଚସା ଓ ଗଣ୍ଡଗୋଳ ହୋଇଥିଲା । ହତ୍ୟାକାରୀମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସହିତ ପଥରରେ ଛେଚି ହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ ରାଜନୈତିକ ଶତ୍ରୁତା ଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହା ସହିତ ଛାନଭିନ ଆରମ୍ଭ କରିଛି ।

Subscribe

National International State Sports Entertainment