ପରିବାରର ୪ ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ: ସ୍ତ୍ରୀ ମୃତ, ସ୍ୱାମୀ ଓ ୨ ପୁଅ ଗୁରୁତର
Khabar Odisha:miscreants-attack-on-a-family-in-bijepur

ବରଗଡ, ଡିସେମ୍ବର ୬ (ଖବର ଓଡିଶା): ବରଗଡ ବିଜେପୁର ଥାନା ଅନ୍ତର୍ଗତ ବୈରାଗପାଲି ଗାଁରେ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଗତକାଲି ରାତିରେ ଶୋଇଥିବାବେଳେ କ୍ଷୀରୋଦ ମେହେରଙ୍କ ସମେତ ସ୍ତ୍ରୀ ଓ ଦୁଇ ପୁଅଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି । ସ୍ତ୍ରୀ ଜୟଶ୍ରୀ ମେହେରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ କ୍ଷୀରୋଦ, ଦୁଇ ପୁଅ ବଳରାମ ଓ ଦେବାନନ୍ଦ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କ୍ଷୀରୋଦ ଓ ତାଙ୍କ ପରିବାର ଶୋଇଥିଲେ । ଏହି ସମୟରେ ଦୁଇଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ଭୁଜାଲିରେ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ପଡ଼ୋଶୀ ଆସି ଦେଖିବାବେଳକୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବିଜେପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଅଧା ରାସ୍ତାରେ ହିଁ ଜୟଶ୍ରୀ ପ୍ରାଣ ହରାଇଥିଲେ । ଦୁର୍ବୁତମାନେ ଘଟଣାସ୍ଥଳରେ ବାଇକ୍ ଛାଡି ଚମ୍ପଟ ମାରିଥିଲେ । 

ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ସହିତ ବିଜେପୁର ଥାନା ପୋଲିସ ପହଁଚି ବାଇକ୍‌କୁ ଜବତ କରିଛି । କ୍ଷୀରୋଦଙ୍କ ପୁଅଙ୍କର ଏକ ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତ ଆରମ୍ଭ କରିଛି । 

Subscribe

National International State Sports Entertainment