ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କ ପଡ଼ିଲା ମହଙ୍ଗା, ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା
Khabar Odisha:married-lady-cut-youth-private-part-of-body
କେନ୍ଦୁଝର, ନଭେମ୍ବର ୮(ଖବର ଓଡ଼ିଶା):

କେନ୍ଦୁଝର ଜିଲ୍ଲା ବଡନୂଆଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବିବାହିତା ମହିଳା ଜଣେ ଯୁବକଙ୍କର ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି । ଗୁରୁତର ଯୁବକ ରାଜେନ୍ଦ୍ର ନାଏକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ରାଜେନ୍ଦ୍ରଙ୍କ ଘର ହେଉଛି ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମରେ । ସେ ଚେନ୍ନାଇରେ ରହି କାମ କରନ୍ତି । ସେ ହରିଚନ୍ଦନପୁର ଥାନା ବଡ଼ନୂଆ ଗାଁର ଜଣେ ମହିଳାଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଥିଲା । ସେ ଗତକାଲି ଚେନ୍ନାଇରୁ ଆସିବା ପରେ ମହିଳା ଜଣକ ତାଙ୍କୁ ଘରକୁ ଡାକିଥିଲେ ଦେଖା କରିବାକୁ । ମହିଳା ଜଣକ ଯୁବକଙ୍କୁ ଚତୁରତାର ସହିତ ମଦ୍ୟପାନ କରାଇଥିଲେ । ଏହା ପରେ ଦୁଇ ଜଣ ରାତିରେ ଶୋଇଥିବା ବେଳେ ମହିଳା ଜଣକ ରାଜେନ୍ଦ୍ରଙ୍କର ଗୁପ୍ତାଙ୍ଗକୁ କାଟି ଦେଇଥିଲେ ବୋଲି ରାଜେନ୍ଦ୍ର ଅଭିଯୋଗ କରିଛନ୍ତି । ସେ ଅଚେତ୍‌ ହୋଇପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉକ୍ତ ମହିଳାଙ୍କ ସହିତ ବର୍ଷକ ପୂର୍ବରୁ ପ୍ରେମ ସଂପର୍କ ରହିଛି ବୋଲି ରାଜେନ୍ଦ୍ର ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ତେବେ ମହିଳା ଜଣକ କାହିଁକି ଏମିତି କରିଛନ୍ତି ଜଣାପଡ଼ି ନ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । 

Subscribe

National International State Sports Entertainment