ବଡବିଲରେ ବ୍ୟବସାୟୀଙ୍କ ଘରୁ ୧୫ ଲକ୍ଷ ଟଙ୍କାର ଅଳଙ୍କାର ଓ ୨ ଲକ୍ଷ ଲୁଟ
Khabar Odisha:loot-keonjhar-Odisha
କେନ୍ଦୁଝର, ନଭେମ୍ବର ୮(ଖବର ଓଡ଼ିଶା):

କେନ୍ଦୁଝର ଜିଲ୍ଲା ବଡବିଲ ରାଜୀବ ବିହାର ଅଞ୍ଚଳରେ ଏକ ବଡ ଧରଣର ଡକାୟତି ହୋଇଛି । ଜଣେ ବ୍ୟବସାୟୀ ମନଂଜିତର ସିଂହଙ୍କ ଘରୁ ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି। ଘର ଝରକାର ଗ୍ରୀଲ ତାଡିବା ପରେ ଲୁଟେରାମାନେ ଘରେ ପଶି ସୁନା ଅଳଙ୍କାର ସହ ୧୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ କରି ନେବା ସହ ନଗଦ ୨ ଲକ୍ଷ ଟଙ୍କା ଲୁଟ କରିନେଇଛନ୍ତି। ଲୁଟେରାମାନେ ଗୋଟିଏ ମାଉଜର, ଗୋଟିଏ ରାଇଫଲ ଓ ୨ ଗୁଳି ଭର୍ତି କାଟ୍ରିନ ମଧ୍ୟ ଲୁଟି ନେଇଛନ୍ତି । ଲୁଟ ନେଇ ବଡବିଲ ଥାନାରେ ଅଭିଯୋଗ ଆସିବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।

Subscribe

National International State Sports Entertainment