ସମ୍ବଲପୁର ୧୦ ବର୍ଷର ନାବାଳକୁ ଅପହରଣର ପର୍ଦ୍ଦାଫାଶ , ବାହାଘର ଖର୍ଚ୍ଚ ପାଇଁ ଅପହରଣ
Khabar Odisha:kidnap-due-to-get-money-for-marraige
ସମ୍ବଲପୁର ,ଜାନୁଆରୀ ୦୯(ଖବର ଓଡ଼ିଶା) :

 କୁଚିଣ୍ଡା ଗୁଣ୍ଡୁରୁଚୁଆଁ ନାବାଳକ ଅପହରଣ ମାମଲାର ଆଜି ପର୍ଦ୍ଦାଫାଶ କରିଛି ପୋଲିସ । ନିଜ ବାହାଘର ଟଙ୍କା ରୋଜଗାର କରିବାକୁ ଏହି ଅପହରଣ କରିଥିବା ପୋଲିସ ସୂଚନା ଦେଇଛି । ନାବାଳକକୁ ଅପହରଣ କରି ୧ଲକ୍ଷ ଟଙ୍କା ଦାବି କରିଥିଲା ଅଭିଯୁକ୍ତ । ଅପହରଣକାରୀଙ୍କୁ ଗିରଫ କରିଛି କୁଚିଣ୍ଡା ପୋଲିସ ।

ସମ୍ବଲପୁର କୁଚିଣ୍ଡା ଅନ୍ତର୍ଗତ ଗୁଣ୍ଡୁରଚୁଆଁ ରେ ଜଣେ ନାବାଳକକୁ ବିବାହ ପାଇଁ ଆବଶ୍ୟକ ହୋଇଥିବା ଏକ ଲକ୍ଷ ଟଙ୍କା ପାଇଁ ଅପହରଣ କରିଥିବା ନିରଞ୍ଜନ ସୁନାନୀକୁ କୁଚିଣ୍ଡା ପୋଲିସ ଗିରଫ କରିଛି । ଅପହରଣକାରୀ ୧୦ ବର୍ଷର ନାବାଳକକୁ ଉଠାଇ ନେଇ ଜଙ୍ଗଳରେ ରଖି ପରିବାର ଠାରୁ ଏକ ଲକ୍ଷ ଦାବି କରୁଥିଲା । ନାବଳକ ଜଣକ କୋଷଳକ୍ରମେ ସେଠାରୁ ଖସି ଆସିବା ପରେ ଅଭିଯୁକ୍ତ ନିରଞ୍ଜନ ଧରାପଡ଼ିଛି ।

Subscribe

National International State Sports Entertainment