ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ, ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ହିଁ ଦାୟୀ
Khabar Odisha:husband-responsibility-for-nikita-death-says-dcp
କଟକ, ଜାନୁଆରୀ ୦୮(ଖବର ଓଡିଶା):

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି।  ତାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଚଳାଇବା ପରେ ଆଜି କଟକ ଡିସିପି ଅଖିଳେଶ୍ୱର ସିଂହ ନିକିତା ମୃତ୍ୟୁରେ ସ୍ୱାମୀ ଲିପନ ଦାୟୀ ବୋଲି କହିଛନ୍ତି । ପାରିପାର୍ଶ୍ଵିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାର ପରେ ନିକିତାଙ୍କ ମୃତ୍ୟୁ ପାଇଁ ସଂପୂର୍ଣ୍ଣ ଭାବରେ ଲିପନଙ୍କୁ ଦାୟୀ କହିଛନ୍ତି । 

ଘଟଣା ଦିନ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିବା ଲିପନ ସ୍ୱୀକାର କରିଛନ୍ତି । ବଚସା ପରେ ଛାତ ଉପରେ ଦୁହିଁଙ୍କ ମଧ୍ୟରେ ଠୋଲାପେଲା ହେବା ସହ ନିକିତା ଛାତରୁ ଖସିଥିବା ନେଇ ଶ୍ରୀ ସିଂହ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଲିପନଙ୍କ ବାପା ମାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି ଓ ଶାଶୁଙ୍କ ସହ ନିକିତାଙ୍କ ସଂପର୍କ ଭଲ ନ ଥିବା ଜାଣିବାକୁ ପାଇଛି । ଲିପନଙ୍କ ବାପା ଓ ମାଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି । 

ଗତକାଲି ଏହି ଘଟଣାରେ ନିକିତାଙ୍କ ସ୍ୱାମୀ ଲିପନକୁ ପୋଲିସ ଗିରଫ କରିଛି । ପ୍ରଥମେ ଏହା ଏକ ଆତ୍ମହତ୍ୟା ନେଇ ଖବର ପ୍ରକାଶ ପାଇଥିବାବେଳେ ପରେ ନିକିତାଙ୍କ ବାପା ଗଣମାଧ୍ୟମ ଆଗରେ ଲିପନ ତାଙ୍କୁ ଛାତରୁ ଠେଲି ଦେଇଥିବା ନେଇ ଅଭିଯୋଗ ଆଣିଥିଲେ ।

ନିକିତାଙ୍କ ବାପା କରିଥିଲେ ଅଭିଯୋଗ

ଏହା ପୂର୍ବରୁ ଗତକାଲି ନିକିତାଙ୍କ ବାପା ନିକିତାଙ୍କ ସ୍ୱାମୀ ଓ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ଶନିବାର ସନ୍ଦେହଜନକ ଭାବେ ନିକିତାଙ୍କର ଘର ଛାତରୁ ପଡ଼ି ମୃତ୍ୟୁ ଘଟିଥିଲା। ଅଭିଯୋଗ ପରେ ପୋଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ।  

ଉଲ୍ଲେଖଯୋଗ୍ୟ ଗତକାଲି ନିକିତା କଟକ ମହାନଦୀ ବିହାର ସ୍ଥିତ ତାଙ୍କ ବାପା ଘର ଛାତ ଉପରୁ ଖସି ପଡ଼ିଥିଲେ । ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପରେ ପୁରୀ ସ୍ଵର୍ଗ ଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

2016ରେ କରିଥିଲେ ବିବାହ

୨୦୧୬ ମସିହାରେ ନିକିତା କଟକ ଗୋପାଳପୁରର ବାସିନ୍ଦା ଅଭିନେତା ଲିପୁନ ‌ସାହୁଙ୍କୁ ବିବାହ କରିଥିଲେ। ନିକିତାଙ୍କର ୪ ମାସର ଏକ ଶିଶୁ ପୁତ୍ର ଅଛି। ବିବାହ ପରଠୁ ସେ ପ୍ରାୟତଃ ମହାନଦୀବିହାର ସ୍ଥିତ ନିଜ ବାପଙ୍କ ଘରେ ରହୁଥିଲେ। ସ୍ଵାମୀ ଲିପୁନ୍‌ ସେଠାକୁ ଯିବା ଆସିବା କରୁଥିଲେ। ଶୁକ୍ରବାର ରାତି ୧୦ଟାର ଘଟଣା ସମୟରେ ନିକିତା ମହାନଦୀ ବିହାରରେ ଥିଲେ। ସେହି ସମୟ‌ରେ ତାଙ୍କ ବାପା, ମା’ ଓ ସ୍ଵାମୀ ଲିପୁନ ବି ଘରେ ଥିଲେ।

କୁହାଯାଉଛି ଯେ ସେ ହଠାତ୍‌ ଛାତରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମହାନଦୀବିହାରସ୍ଥିତ ଏକ ଘରୋଇ ହସ୍ପିଟାଲ ଏବଚ ‌ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଶନିବାର ଦିନ ପ୍ରାୟ ୧୨ଟା ୩୦ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 

Subscribe

National International State Sports Entertainment