ଦେବଗଡ: ଦୁର୍ଦ୍ଦାନ୍ତ ଅପରାଧି ଝସକେତନ ରାଉତ ଗିରଫ
Khabar Odisha:hardcore-criminal-jhasketan-arrested
ଭୁବନେଶ୍ୱର, ଜାନୁଆରୀ ୦୫ (ଖବର ଓଡ଼ିଶା):

ଦେବଗଡ ସାମନ୍ତରାପଲ୍ଲୀରୁ ଫେରାର ଥିବା ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ । ଦୁର୍ଦ୍ଦାନ୍ତ ଅପରାଧି ଝସକେତନ ରାଉତକୁ ଗିରଫ କରିଛି ଅନୁଗୁଳ ପୋଲିସ । ଅନୁଗୁଳ କୋର୍ଟ ପରିସରରୁ ହାତକଡି ସହ ଗତ ବର୍ଷ ମେ ୧୮ ତାରିଖରେ ଚମ୍ପଟ ମାରି ଫେରାର ଥିଲା ଝସକେତନ ।

୨୦୧୬ ମସିହାରେ ଜଣଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ହେଉଛି ଝସକେତନ । ଅନୁଗୁଳ ଜିଲ୍ଲାର କୁଶକିଳାରେ ଜଣଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲା । କୁଶକିଳାର ଗାଁରେ ଭାଇଙ୍କୁ ହତ୍ୟା କରିବା ସହ କୁକୁରପେଟାର ମାଉସୀ-ପୁତୁରାଙ୍କୁ ହତ୍ୟା କରିଥିବା ମାମଲାରେ ଗିରଫ ହୋଇଥିଲା ଝସକେତନ । ଦୀର୍ଘ ମାସ ଧରି ଅଭିଯୁକ୍ତ ଝସକେତନକୁ ଖୋଜୁଥିଲା ଅନୁଗୁଳ ପୋଲିସ ।

Subscribe

National International State Sports Entertainment