ହରିୟାଣା: ଘରେ ଶୋଇଥିବା ନାବାଳିକାକୁ ଟେକିନେଇ କାରରେ ଗଣଦୁଷ୍କର୍ମ
Khabar Odisha:girl-sleeping-abducted-and-gang-raped-in-car-in-faridabad-region

ଫରିଦାବାଦ, ଡିସେମ୍ବର ୦୨ (ଖବର ଓଡ଼ିଶା): ହରିୟାଣାର ଫରିଦାବାଦ ଅଞ୍ଚଳରେ ଏକ ଘର ଭିତରୁ ଶୋଇଥିବା ଜଣେ ନାବାଳିକାକୁ ଟେକିନେଇ ଅଭିଯୁକ୍ତମାନେ କାରରେ ଗଣଦୁଷ୍କର୍ମ କରିଛନ୍ତି । ଡବୁଆ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତମାନେ ୧୩ ବର୍ଷୀୟ ନାବାଳିକାକୁ ପୁରା ରାତି ବନ୍ଧକ ରଖିବା ପରେ ଛାଡି ଦେଇଥିଲେ । 

ନାବାଳିକା ପାଇଁ ଏହା ପ୍ରଥମ ଘଟଣା ନଥିଲା । ଏହା ପୂର୍ବରୁ ନାବାଳିକା ନଭେମ୍ବର ୧୨ ରାତି ମଧ୍ୟ ଗଣଦୁଷ୍କର୍ମର ଶିକାର ହୋଇଥିଲା । ପଡୋଶୀ ଯୁବକ ଏବଂ ତା’ର ସାଙ୍ଗସାଥୀଙ୍କ ସହିତ ମିଶି ନାବାଳିକାକୁ ଶୋଇଥିବା ଅବସ୍ଥାରେ ଉଠାଇ ନେଇଥିଲେ । ସେମାନେ କାରରେ ଦୂରକୁ ନେଇ ଦୁଷ୍କର୍ମ କରିବା ପରେ ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ନାବାଳିକାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱଭାବିକ ଅବସ୍ଥା ଫେରିବା ପରେ ବୟାନ ରେକର୍ଡ ହେବ । ପୋଲିସ ପୋକସୋ ଆଇନ ବଳରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୪ ଟିମ ଗଠନ କରିଛି । 

ପୋଲିସ କହିଛି, ରାତି ୧୨ଟାରେ ଅଭିଯୁକ୍ତ ନିଜର ସାଥୀଙ୍କ ସହିତ ଆସିଥିଲା । ମୁହଁରେ କଳାକନା ବାନ୍ଧି ଘର ପଛପଟ ସିଡିରେ ଚଢ଼ିଥିଲା । ଘର ପଛପଟରେ ଧଳା ରଙ୍ଗର ଏକ କାର ଛିଡ଼ା ହୋଇଥିଲା । କାରରେ ନାବାଳିକାକୁ ନେଇ ଯିବା ପରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିଲେ । ଏହା ପରେ ରାସ୍ତାରେ ଫିଙ୍ଗିଦେଇ ଚାଲି ଯାଇଥିଲେ । 

 

  • Tags:

Subscribe

National International State Sports Entertainment