କେନ୍ଦ୍ରାପଡ଼ା ୨୦୦୭ ମସିହା ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
Khabar Odisha:crime-rape-Odisha-kendrapada-rapist-got-punishment
କେନ୍ଦ୍ରାପଡ଼ା ,ଜାନୁଆରୀ ୧୧(ଖବର ଓଡ଼ିଶା):

 ଦିନକୁ ଦିନ ଦୁଷ୍କର୍ମ ଓ ହତ୍ୟାଭଳି ଲୋମ ଟାଙ୍କୁରା ଘଟଣା ଘଟୁଛି । ଆଜି ଏପରି ଏକ ଗଣଦୁଷ୍କର୍ମ ଓ ହତ୍ୟାମାମଲାର ଅଭିଯୁକ୍ତ ଦିଲୀପ ବାରିକକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହିତ ଦୀର୍ଘ ଦଶ ବର୍ଷ ପରେ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିଛି।  

ସୂଚନା ମୁତାବକ ୨୦୦୭ ମସିହାରେ ହୋଇଥିବା ଏକ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ଆଜୀବନ ଜେଲଦଣ୍ଡ ଦିଆଯାଇଛି । ଡ଼େରାବିଶ ଟାଉନ ଥାନା ଖମଳ ଗାଁର ଦିଲୀପ ବାରିକକୁ ଆଜୀବନ କାରାଦଣ୍ଡ ର ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ସେସନ୍ସ ଜର୍ଜ । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଚାରୋଟି ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ।

Subscribe

National International State Sports Entertainment