ଲୁଟ୍ ବେଳେ ଧରାପଡ଼ିଲେ ୨ ଯୁବକ, ବନ୍ଧୁକ ଜବତ
Khabar Odisha:crimeodishapurilooteras-detained-at-Satasnkha
ପୁରୀ, ଜାନୁଆରୀ ୧୧(ଖବର ଓଡ଼ିଶା):

ପୁରୀ, ଜାନୁଆରୀ ୧୧(ଖବର ଓଡ଼ିଶା): ପୁରୀ ଜିଲ୍ଲୀ ସାତଶଙ୍ଖ ବଜାରରୁ ୨ ଜଣ ଲୁଟେରାଙ୍କୁ ଲୋକ କାବୁ କରିଛନ୍ତି । ସେମାନେ ଲୁଟପାଟ୍‌ କରୁଥିବା ଅଭିଯୋଗ ହୋଇଛି । ସାତଶଙ୍ଖ ପୋଲିସ ଯୁବକଙ୍କୁ ଅଟକ ରଖିବା ସହ ବନ୍ଧୁକ ଜବତ କରିଛି । ଅଟକ ରହିଥିବା ଯୁବକ ଦୁଇଜଣ ବାସେଳୀ ଅଂଚଳର ହୋଇଥିବା ଜଣାପଡିଛି । 

ଆଜି ସକାଳେ ସାକ୍ଷୀଗୋପାଳର ନରେନ୍ଦ୍ରପୁର ଗାଁର ଶକ୍ତିକାନ୍ତ ମହାପାତ୍ର ପିପିଲି ହାଟକୁ ଯାଉଥିବା ସମୟରେ ଏହି ଯୁବକ ଦ୍ୱୟ ତାଙ୍କୁ ଅଟକ ରଖିବା ସହ ବନ୍ଧୁକ ଦେଖାଇ ଲୁଟ କରିଥିଲେ । ମାଡ ମଧ୍ୟ ମାରିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଆସି ତାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ ବାନ୍ଧି ପକାଇଥିଲେ । ଖବର ଦେବା ପରେ ପୋଲିସ ଯୁବକ ଦ୍ୱୟଙ୍କୁ  ଅଟକ ରଖିଛି । ତେବେ ସେମାନଙ୍କ ଠାରୁ ବନ୍ଧୁକ ,ବାଇକ ଓ ମୋବାଇଲ ଜବତ କରି ପଚରାଉଚରା ଜାରି ରଖିଛି ପୋଲିସ । ଏହି ମାମଲାରେ ଶାତଶଂଖ ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment