ପୋଲିସ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ନିଲମ୍ବିତ ହେଲେ ସୋହେଲା ଏଏସଆଇ
Khabar Odisha:crime-odisha-police-officer-in-sohela-bargarh-accused-in-rape-case
ବରଗଡ, ଫେବୃଆରୀ ୧୧(ଖବର ଓଡିଶା):

ବରଗଡ଼ର ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ଜନୈକ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ନାବାଳିକା ଜଣଙ୍କ ଟ୍ୟୁସନରୁ ଫେରୁଥିବାବେଳେ ତାକୁ ଅପହରଣ କରାଯାଇ ଜଣେ ଯୁବକ ଏବଂ ଏସଆଇ ଦୁଷ୍କର୍ମ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ।ଅଭିଯୋଗ ପରେ ବରଗଡ଼ ଏସପି ସୋହେଲା ଥାନା ଏଏସଆଇ ବନମାଳି କୁଅଁରଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନା ମୁତାବକ, ଗତ ୮ ତାରିଖ ଦିନ ମେଲଛାମୁଣ୍ଡା ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଟ୍ୟୁସନକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରେ ମେଲଛାମୁଣ୍ଡା ଥାନା ପୁଲିସ୍ ତାଙ୍କୁ ସୋହେଲାରୁ ଉଦ୍ଧାର କରିଥିଲା ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ରିକୁ ନାଗ ନାମକ ଜଣେ ଯୁବକ ତାଙ୍କୁ ଅପହରଣ କରି ସୋହେଲା ନେଇ ଯାଇଥିଲା। ସେ ତାଙ୍କୁ ଏଏସ୍ଆଇ ବନମାଳି କୁଅଁରଙ୍କ ଭଡ଼ା ଘରେ ରଖି ଦୁଷ୍କର୍ମ କରିଥିଲା । ତା’ପରେ ସେ ସେଠାରୁ ପଳାଇଥିଲା। ରାତିରେ ଏଏସ୍‌ଆଇ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏ ନେଇ ନାବାଳିକା ଜଣକ ପରିବାରକୁ ଜଣାଇଥିଲେ । ସେପଟେ ନାବାଳିକାର ଡାକ୍ତରୀମାଇନା କରିଛି ପୋଲିସ ।  ଏହି ଅଭିଯୋଗରେ ବରଗଡ ଏସପି ସଂପୃକ୍ତ ଏସଆଇଙ୍କୁ ନିଳମ୍ବନ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

  • Tags:

Subscribe

National International State Sports Entertainment