ସମୁଦ୍ର ଭିତରୁ ଟ୍ରଲର୍‌ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର
Khabar Odisha:crime-odisha-paradeep-coast-guard-rescued-troller-driver-deadbody-in-sea
ପାରାଦୀପ, ଜାନୁଆରୀ ୧୨(ଖବର ଓଡ଼ିଶା):

ଗଭୀର ସମୁଦ୍ର ଭିତରେ ଜଣେ ଟ୍ରଲର୍‌ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପାରାଦ୍ୱୀପ କୋଷ୍ଟଗାର୍ଡ ପେଟ୍ରୋଲିଂ କରୁଥିବା ସମୟରେ ଡ୍ରାଇଭରଙ୍କ ମୃତ ଦେହକୁ ଠାବ କରିଛନ୍ତି । ସେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ମାୟାଧର ମଲ୍ଲିକ । କୋଷ୍ଟଗାର୍ଡ କର୍ମଚାରୀଙ୍କ ଗୁଳି ମାଡ଼ରେ ମାୟାଧର ମୃତ୍ୟୁ ବରଣ କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । 

ପ୍ରାପ୍ତ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପାରାଦ୍ୱୀପ କୋଷ୍ଟଗାର୍ଡ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ଗହୀରମଥା ଅଂଚଳରୁ ଏକ ବୋଟକୁ ଦେଖିଥିଲେ । ଏହା ପରେ ଡ୍ରାଇଭର ମାୟାଧର ମଲ୍ଲିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ପାରାଦ୍ୱୀପ ପୋର୍ଟ ହସ୍ପିଟାଲକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । 

ମାୟାଧର ବାଲେଶ୍ୱରର ବଳରାମଗଡିର ମା’ କାନନ ଟ୍ରଲର୍‌ର ଡ୍ରାଇଭରଭାବେ କାମ କରୁଥିଲେ । ମତ୍ସ୍ୟଜୀବୀମାନେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ନ ଥିଲେ । ଏହା ପରେ ତାଙ୍କୁ କୋଷ୍ଟଗାର୍ଡ ପକ୍ଷରୁ ଗୁଳି କରାଯାଇଛି ବୋଲି ବଳରାମଗଡ଼ି ଟ୍ରଲର ଆସୋସିଏସନ୍‌ର ସଭାପତି ଅଭିଯୋଗ କରିଛନ୍ତି । ମାୟାଧରଙ୍କର କୋଷ୍ଟଗାର୍ଡଙ୍କ ଗୁଳିରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମାଛ ଧରୁଥିବା ସମୟରେ କୋଷ୍ଟଗାର୍ଡ ଗୁଳି ଚଳାଇଥିବା ନେଇ ଥାନାରେ ପରିବାର ଲୋକ ଏତଲା ଦେଇଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ଟ୍ରଲରର କାଚରେ ଗୁଳିମାଡ଼ର ଚିହ୍ନ ରହିଛି । ତେଣୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ସନ୍ଦେହ ଘନୀଭୂତ ହୋଇଛି । କିନ୍ତୁ ଏ ଯାଏଁ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment