ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
Khabar Odisha:crime-odisha-deadbody-rescued-of-a-woman-in-telkoi-kendujhar
କେନ୍ଦୁଝର, ଫେବୃଆରୀ ୧୦(ଖବର ଓଡିଶା):

କେନ୍ଦୁଝର ଜିଲ୍ଲା ତେଲକୋଇ ଅଂଚଳର ଏକ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ । 

ସୂଚନା ମୁତାବକ, ତେଲକୋଇ ଆମ୍ବତଇଲା ଅଂଚଳରେ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ଏକ ଭଡାଘରେ ରହୁଥିଲେ । କିଛିଦିନ ହେବ ଘର ବନ୍ଦ ରହିଥିଲା  ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ । ଆଜି ପୋଲିସ ଘର କବାଟ ଭାଙ୍ଗି ପଶି ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ମହିଳାଙ୍କ ପରିବାର ଲୋକେ ଏହା ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment